Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ସଂଘର ଷଷ୍ଠ ପ୍ରତିଷ୍ଠା ଦିବସ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡସ୍ଥ ବରିଷ୍ଠ ନାଗରିକ ସଂଘର ଷଷ୍ଠ ପ୍ରତିଷ୍ଠା ଦିବସ ଆଜି ଗୁପ୍ତା ଯୁଇଲାରି ସଭା ପ୍ରକୋଷ୍ଠରେ ପାଳିତ ହୋଇଯାଇଛି। ସଂଘର ସଭାପତି ଜୟପ୍ରକାଶ ଗୁପ୍ତାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଉପଦେଷ୍ଟା ଶାନ୍ତନୁ ସାହୁ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅରବିନ୍ଦ ମିଶ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷଚନ୍ଦ୍ର ନାୟକ, ପୂର୍ବତନ ସମ୍ପାଦକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ରଞ୍ଜନ ମହାପାତ୍ର, ମେଜର ଡ.ବସନ୍ତ କୁମାର ପଟେଲ, ପ୍ରଫୁଲ୍ଲ ସାହୁ, ପର୍ଶୁରାମ ମିଶ୍ର, ଧୀରେନ୍ଦ୍ର ମହାନ୍ତି ଓ ଭଦ୍ରଚରଣ କିସାନ ଭାଷଣ ଦେଇ ବିଗତ ଛଅ ବର୍ଷର ସଂଘ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଆଗାମୀ ବର୍ଷର କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ। ଏନଏସି ପକ୍ଷରୁ ଲିଖିତ ଭାବରେ ସଂଘ କାର୍ଯ୍ୟାଳୟ ପାଇଁ ଗୃହ ଯୋଗାଇ ଦେଇଥିବା ବେଳେ ମୌଖିକ ଆଦେଶରେ ଗୃହ ଖାଲି କରି ପରବର୍ତ୍ତୀ ସମୟରେ ନିଜ ପ୍ରତିଶ୍ରୁତି ମୁତାବକ ଘର ମରାମତି ପରେ ଘର ଯୋଗାଇ ନ ଦେବାକୁ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଏଥିପାଇଁ ଏକ ପ୍ରତିନିଧି ଦଳ ଅଧ୍ୟକ୍ଷ ଓ ଇଓ ଙ୍କୁ ଭେଟି ଦାବିପତ୍ର ସହ ଆଲୋଚନା କରିବାକୁ ସ୍ଥିର କରାଯାଇଛି।ଏତଦ ବ୍ୟତୀତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ବୃକ୍ଷ ରୋପଣ, ମହାପୁରୁଷଙ୍କ ଜୟନ୍ତୀ ଓ ସ୍ମୁତି ଦିବସ ପାଳନ ସଂପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ କୁଚିଣ୍ଡା ଅଞ୍ଚଳର ସ୍ବାର୍ଥ ସମ୍ପର୍କୀୟ ଗତି ବିଧିରେ ମଧ୍ୟ ସାମିଲ ହେବା ପାଇଁ ବ୍ୟାପକ ଆଲୋଚନା କରିଥିବା ବେଳେ କୁଚିଣ୍ଡା କଲେଜ କୁ ସରକାରୀ କରିବା, କୁଚିଣ୍ଡା ଜିଲ୍ଲା ଘୋଷଣା କରିବା ଆଦି ଦାବି କରାଯାଇଥିଲା। ଶେଷରେ ସମ୍ପାଦକ ଚିନ୍ତାମଣି ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।