Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଦ୍ଧ ସାମାଜିକ ପରିବର୍ତ୍ତନ ସଂଗଠନର ସାଧାରଣ ଅଧିବେଶନ; ସାମାଜିକ ପରିବର୍ତ୍ତନ ପାଇଁ ବକ୍ତାଙ୍କ ଆହ୍ବାନ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ କବରିବାହାଲ ଠାରେ ନବ ଗଠିତ ବୁଦ୍ଧ ସାମାଜିକ ପରିବର୍ତ୍ତନ ସଂଗଠନର ପରିବର୍ଦ୍ଧିତ ଚତୁର୍ଥ ସାଧାରଣ ଅଧିବେଶନ ଓଡ଼ିଶା ଓବିସି ମଂଚର ମହାସଚିବ ସୁବାସଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗୌତମ ବୁଦ୍ଧଙ୍କ ସମେତ ଆମ୍ବେଦକର ଓ ଆମ୍ବେଦକର ବାଦୀ ମହାପୁରୁଷଙ୍କ ତୈଳ ଚିତ୍ର ସମ୍ମୁଖରେ ଅତିଥିଗଣ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ଦଳିତ ସାମାଜିକ କର୍ମୀ ପବନ ଲୁହା, ବୁର୍ଲାର ସାମାଜିକ ଶ୍ରମିକ ନେତା ସନ୍ତୋଷ ଛୁରା, ଆଦିବାସୀ କଲ୍ୟାଣ ପରିଷଦର ଜିଲ୍ଲା ଉପସଭାପତି, ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ, ଝାରସୁଗୁଡ଼ାର ନାରୀନେତ୍ରୀ ଶ୍ରୀମତୀ ସୁରୁ ଦେହୁରିଆ, ଜୟ ନାରାୟଣ ସିଂ, ରଵିଦାସ ସମାଜର ସହ ସମ୍ପାଦକ ସରୋଜ ମେହେର, ଶିକ୍ଷକ ନେତା ସୁରମଣି ସୁନାନୀ, ଯୁବକବି ପପୁନ କୁମାର ରୋହିଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ସାମାଜିକ ପରିବର୍ତ୍ତନ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଅଧିବେଶନରେ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଂଚଳରୁ ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ଅନଗ୍ରସର ବର୍ଗର ସାମାଜିକ ନ୍ୟାୟ ପ୍ରେମୀ, ସାମାଜିକ କର୍ମୀ ଗଣ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ। ଆଗାମୀ ମାସ ୯ ତାରିଖ ଦିନ କୁଚିଣ୍ଡା କାଂଶିରାମଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ଆନ୍ତଃ ଜିଲ୍ଲା ସ୍ତରୀୟ ସମ୍ମିଳନୀ କରିବା ଓ ବାହାରକୁ ଥିବା ଓବିସି ରଥ ପରିକ୍ରମା କୁ ସଫଳ କରିବାକୁ ସ୍ଥିର କରାଯାଇଛି। କାର୍ଯ୍ୟକ୍ରମ ସମାଜସେବୀ ଶ୍ରଦ୍ଧାକର ଜୟପୂରିଆ ପରିଚାଳନା କରିଥିବା ବେଳେ ଶେଷରେ କେଦାର ଲୁହା ଧନ୍ୟବାଦ ଅର୍ପଣ କରିଥିଲେ।