Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାନ ଜଟିଆପାଲିରେ ନୂଆଁ ଖାଇ ଭେଟ ଘାଟ ଉତ୍ସବ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ସାନ ଜଟିଆ ପାଲି ଗ୍ରାମରେ ଷ୍ଟେପ ଅପ କ୍ଲବର ସଭାପତି ଦୀପା ମନୋହରୀ ଙ୍କ ସଭାପତିତ୍ବରେ ନୂଆଁଖାଇ ଭେଟ ଘାଟ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଅବସରପ୍ରାପ୍ତ ଅଧ୍ୟକ୍ଷ,ପ୍ରକୃତି ବନ୍ଧୁ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ନୂଆଖାଇର ଇତିହାସ, ପ୍ରକୃତି ପୂଜା ଓ ପଶ୍ଚିମ ଓଡ଼ିଶାର ସଂହତି ପାଇଁ ହେଉଥିବା ଉଦ୍ୟମ ସମ୍ପର୍କରେ ସୂଚନା ଦେଇଥିଲେ ।ସେ ତାଙ୍କ ବକ୍ତବ୍ୟରେ ସମ୍ବଲପୁରୀ ଭାଷା ଓ ସଂସ୍କୃତି ର ଉନ୍ନତି ପାଇଁ କଳାକାର ଗଣ ସଚେତନ ହେବାକୁ ଆହ୍ବାନ ଦେଇଥିଲେ । ଅତିଥି ଭାବରେ କୁଚିଣ୍ଡାର ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର, ପରୁଅଭାଡ଼ି ର ସମିତି ସଭ୍ୟା ଧ୍ରୁବ ଚରଣ ବେହେରା ଓ ସାମାଜିକ କର୍ମୀ ସରୋଜ ମେହେର ପ୍ରମୁଖ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମ ଟିକୁ ସାମାଜିକ କର୍ମୀ ଅମୃଦ ବାଦି ସଂଯୋଜନା କରିଥିଲେ ।ଶେଷରେ ସମ୍ପାଦକ ଲକ୍ଷ୍ମୀ ବାଦି ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ବିଭିନ୍ନ ନାଚ,ଗୀତ ମାଧ୍ୟମରେ ଉପସ୍ଥିତ ସହସ୍ରାଧିକ ଦର୍ଶକ,ଦର୍ଶକା ଙ୍କୁ ଝୁମିବାକୁ ବାଧ୍ୟ କରିଥିଲା ।