Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଏଚପିସି କର୍ତ୍ତୃପକ୍ଷ ସହଯୋଗ ଦାବି :-ଚିପିଲିମା ପାୱାର ଚେନାଲ ରେ ଯୁବକ (ଦ୍ରୋଣ) ନିଖୋଜ ଘଟଣା ୧୦ଦିନ ବିତିଗଲା:-କୌଣସି ସନ୍ଧାନ ନାହିଁ,ନେଭି ବୁଡାଳି ଡକାଇ ଉଦ୍ଧାର କାର୍ଯ୍ୟ କରିବାକୁ ଦାବି

ଚିପିଲିମା, ୨୪/୦୯ ଓଡିଶା ଜଳବିଦ୍ୟୁତ ନିଗମ (ଓଏଚ୍ପିସି) ଅଧିନସ୍ଥ ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ(ସିଏଚ ଇପି) ପାୱାରଚେନାଲ ରେ ଗତ ବିଶ୍ୱକର୍ମା ପୂଜାଦିନ ରାତି ପ୍ରାୟ ୯.୩୦ରେ ଘଣ୍ଟେଶ୍ୱରୀ ବଗବିରା ଗ୍ରାମର ଗରିବ ଦିନମଜୁରିଆ ବିବାହିତ ଦ୍ରୋଣ ତରିଆ (୨୭) କୌଣସିକ୍ରମେ ପାୱାରଚେନାଲ ରେ ଖସିପଡି ପାଣିର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ।ଖବରପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ମିଳିତ ସହଯୋଗରେ ଟରବାଇନ ବନ୍ଦ କରାଇ ଖୋଜାଖୋଜି କରି ବିଫଳ ହୋଇଥିଲେ।ପରେ ଅନେକ ପ୍ରୟାସ ପରେ ବିଫଳ ହେବାପରେ ସପ୍ତମ ଦିନରେ ଜିଲା ପ୍ରସାଶନ ର ନିର୍ଦ୍ଧେଶରେ ଝାରସୁଗୁଡା ଓଡ୍ରାଫ ଦଳ ଆସି ପାଣିର ସ୍ରୋତ ତଥା ଗଭୀରତାକୁ ଦେଖି ପଛଘୁଞ୍ଛା ଦେଇ ଲୋକ ଦେଖାଣିଆ ଭାବରେ ୩୦ଫୁଟ ମଧ୍ୟରେ ଖୋଜି ବିଫଳ ହୋଇଥିଲେ।ଗରିବ ନିଖୋଜ ଦ୍ରୋଣର ଉଦ୍ଧାର ପାଇଁ ପ୍ରସାଶନ କିମ୍ବା ଓଏଚ୍ପିସି କର୍ତ୍ତୃପକ୍ଷ କେହି ବି ଆନ୍ତରିକତା ଦେଖାଉନଥିବା ଅନୁମାନ କରାଯାଉଛି।ହେଲେ ଓଏଚ୍ପିସି ର ଅନ୍ୟ ପ୍ରକଳ୍ପ ମାନଙ୍କରେ ପୂର୍ବରୁ ଏଭଳି ଘଟଣା ଘଟିଥିବା ନଜିର ଥିବାବେଳେ ଓଏଚ୍ପିସି ପକ୍ଷରୁ ବେସରକାରୀ ବୁଡାଳି ଡାକି ଉଦ୍ଧାର କାର୍ଯ୍ୟ ହୋଇଥିବା ଦୃଷ୍ଟାନ୍ତ ରହିଛି।ଉଦାହରଣ ଭାବରେ ନିଆଯାଇପାରେ କଉଣିଆ ବ୍ଲକ ରେଙ୍ଗାଲି ଜଳବିଦ୍ୟୁତ ପ୍ରକଳ୍ପ ରେ ଗତ ମାର୍ଚ୍ଚ ମାସରେ ଏଭଳି ଏକ ଘଟଣା ଘଟିଥିଲା।ସେଠାରେ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ବିଫଳ ହେବା ପରେ ଉକ୍ତ ପ୍ରକଳ୍ପରେ ଟରବାଇନ ରକ୍ଷଣା ବେକ୍ଷଣ ରେ ନିୟୋଜିତ ବିଶାଖାପାଟଣା ର ସି ଲାୟନ୍ସ ଅକ୍ସର ଡାଇଭିଂ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ବୁଡାଳୀଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ଏବଂ ସଫଳ ମଧ୍ୟ ହୋଇଥିଲା।ହେଲେ କିଛିମାସ ପରେ ଠିକ ସେପରି ଘଟଣା ଚିପିଲିମା ପ୍ରକଳ୍ପରେ ଘଟିଛି।ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଅସହଯୋଗ ମନୋଭାବ କାହିଁକି ବୋଲି ପ୍ରଶ୍ନବାଚୀ ହେଉଛି।ସେ ଯାହା ବି ହେଉ ଓଏଚ୍ପିସି କର୍ତ୍ତୃପକ୍ଷ ଏନେଇ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ଦୃଷ୍ଟିକୁ ନେଇ ବୁଡାଳି ଡକାଇ ନିଖୋଜ ଦ୍ରୋଣ ର ଉଦ୍ଧାର କାର୍ଯ୍ୟରେ ସହଯୋଗ କରି ଦ୍ରୋଣର ପରିବାରକୁ ସାହାଯ୍ୟ କରିବାକୁ ସ୍ଥାନୀୟ ସଚେତନ ମହଲରେ ଦାବି ହେଉଛି।ଏତିକି ସହଯୋଗ କରି ଦ୍ରୋଣର ଉଦ୍ଧାର ହୋଇପାରିଲେ ଗରିବ ଦ୍ରୋଣର ପରିବାର କିଛି ସରକାରୀ ଅନୁକମ୍ପା ପାଇପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ