Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ହକି ଚାମ୍ପିୟାନସିପ ରେ ସ୍ଥାନ ପାଇଲେ କୋକସରା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ପ୍ରିତି ରାଉତ, ବିଭିନ୍ନ ମହଲ ରୁ ଶୁଭେଚ୍ଛା।

କୋକସରା:୨୫/୦୯ ଓଡ଼ିଶା ରାଜ୍ୟ ହକି ଆସୋସିଏସନ ଆନୁକୁଲ୍ୟ ରେ ଭୁବନେଶ୍ବର ଠାରେ ଆୟୋଜିତ ହେଉଥିବା ରାଜ୍ୟ ହକି ଚାମ୍ପିଅନସିପ ନକ ଆଉଟ୍ ଟୁର୍ଣ୍ଣାମେଣ୍ଟ ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ବେଳେ ୧୮ ବର୍ଷ ରୁ କମ ବାଳିକା ବର୍ଗରେ କଳାହାଣ୍ଡି ହକି ଦଳ ଭୁବନେଶ୍ବର ଗସ୍ତ କରିଛନ୍ତି। କଳାହାଣ୍ଡି ଦଳରେ ପ୍ରୀତି ରାଉତ,ଶ୍ରଦ୍ଧାଞ୍ଜଳି ସାହୁ, ବର୍ଷାରାଣୀ ସାହୁ ,ଗୀତାଞ୍ଜଳି ବିଶି, ଅନୁପମା ଭୋଇ, ଯଶୋବନ୍ତି ମାଝି, ପଲ୍ଲବୀ ସାହୁ,ସୀତା ସାହୁ ,ଝାନଶି ଦୀପ , ଶୋହନା ନିଆଲ, ଯଶୋଦା ବଛା,କଳ୍ପନା ମାଝି ,ମନୀଷା ଖାତୁନ, ରଞ୍ଜନି ମାହାର, ଟିଙ୍କିଲ ନାଏକ, ଅସ୍ମିତା ଭାଟି, ଡଲି ବିଭାର, ରଚନା ବଗର୍ତ୍ତି ରହିଥିବା ବେଳେ ହକି କୋଚର ଯୁମର କୁମାର ସାହୁ ସହିତ ମ୍ୟାନେଜର ସବିତା ନାଏକ ଗସ୍ତ କରିଛନ୍ତି। ତେବେ କୋକସରା ବ୍ଲକ ଆଦର୍ଶ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରୀତି ରାଉତ ମଧ୍ୟ ଏହି ଅଣ୍ଡର ୧୮ ବର୍ଗରେ ସାମିଲ ହୋଇ କୋକସରା ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ପ୍ରୀତି ରାଉତ ଲଡୁଗାଁ ଗ୍ରାମର ସାମ୍ବାଦିକ ଶରତ ଚନ୍ଦ୍ର ରାଉତ ଓ ହେମନ୍ତି ରାଉତ ଙ୍କ ଦ୍ଵିତୀୟ କନ୍ୟା, ତାଙ୍କ ଏହି ସଫଳତାରେ ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।