Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଟ୍ରିକ ପରୀକ୍ଷାରେ ପୁଣି ବିଭ୍ରାଟ; ‘ବି’ ସେଟ୍‌ରୁ ବାହାରିଲା ‘ଏ’ ସେଟ୍‌ ପ୍ରଶ୍ନ

କଟକ:ପୁଣି ଥରେ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ଦେଖାଦେଇଛି। ପରୀକ୍ଷାରେ ମୋଟ ୫୦ ପ୍ରଶ୍ନରୁ ଗୋଟିଏ ପ୍ରଶ୍ନ ଗାଏବ। ଏ ନେଇ ଚିନ୍ତାରେ ପଡ଼ଯାଇଛନ୍ତି ଛାତ୍ରଛାତ୍ରୀ। ଏଥିପାଇଁ କତୃର୍ପକ୍ଷ ନିଜ ତ୍ରୁଟିକୁ ସୁଧାରିବା ସହ ଏଥିପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି। ଛାତ୍ରଛାତ୍ରୀଙ୍କ ମାର୍କ ମଧ୍ୟ କଟାଯିବ ନାହିଁ ବୋଲି ବୋର୍ଡ ପ୍ରତିଶ୍ରୁତି ଦେଇଛି ।

ଆଜି ଥିଲା ସାମାଜିକ ବିଜ୍ଞାନ ପରୀକ୍ଷା । ହେଲେ ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁ ରାଜ୍ୟର ବିଭିନ୍ନ ସ୍କୁଲମାନଙ୍କରୁ ସଙ୍ଗୀନ ଅଭିଯୋଗ ଆସିଥିବା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବା ବେଳେ ‘ବି’ ସେଟ୍‌ର ପ୍ରଶ୍ନପତ୍ରରୁ ବାହାରିଥିଲା ‘ଏ’ ସେଟ୍‌ ପ୍ରଶ୍ନ। ଏବଂ ମୋଟ ୫୦ ପ୍ରଶ୍ନ ବଦଳରେ ଥିଲା ୪୯ ପ୍ରଶ୍ନ। ପ୍ରଶ୍ନପତ୍ର ତାଲିକାରୁ ୧୯ ନଂ ପ୍ରଶ୍ନଟି ଗାଏବ ହୋଇଯାଇଥିବା ବେଳେ ଅନେକ ପ୍ରଶ୍ନ ରିପିଟ୍‌ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଏ ନେଇ ବୋର୍ଡ ସଭାପତି ଏକ ପ୍ରେସ ମିଟ୍‌ରେ ସୂଚନା ଦେଇଛନ୍ତି ଯେ ଏଭଳି ତ୍ରୁଟି ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ସମସ୍ୟା ହେବ ନାହିଁ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଉତ୍ତରଖାତାର ମୂଲ୍ୟାୟନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ପ୍ରଶ୍ନରେ ବିଭ୍ରାଟ ଯୋଗୁ ମୂଲ୍ୟାୟନ ଯେଭଳି ପ୍ରଭାବିତ ନ ହେବ ସେଥିପ୍ରତି ଗୁରୁତ୍ବ ଦିଆଯିବ।