Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ, ଓଡ଼ିଶାରେ ଏହି ସମୟରେ ବାହୁଡ଼ିବ

ଭୁବନେଶ୍ଵର: ଗୋଟିଏ ସପ୍ତାହର ବିଳମ୍ବ ପରେ ଦେଶରୁ ଆରମ୍ଭ ହେଲା ‌ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଫେରିବା ପ୍ରକ୍ରିୟା। ସ୍ଵାଭାବିକ ତାରିଖ ସେପ୍ଟେମ୍ବର ୧୭ ବଦଳରେ ସେପ୍ଟେମ୍ବର ୨୫ରୁ ମୌସୁମୀ ବାହୁଡ଼ା ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରୁ ସାଧାରଣତଃ ଅକ୍ଟୋବର ୧୫ ରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଥାଏ।

ଏଥର ୮ ଦିନ ବିଳମ୍ବରେ ଦେଶରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସେହି ହିସାବରେ ଓଡ଼ିଶାରୁ ମଧ୍ୟ ‌ବିଳମ୍ବରେ ମୌସୁମୀ ଫେରିପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ବାୟୁମଣ୍ଡଳର ୧.୫ କିମି ଉଚ୍ଚତାରେ ଏକ ଗୁରୁଚାପ ବଳୟ ରହିଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଆଜି କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ। ଏହାପରେ ରାଜ୍ୟର ପାଗ ଶୁଖିଲା ରହିବ। ମଙ୍ଗଳବାର ରାଜଧାନୀ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। କିଛି ବର୍ଷାର ସମ୍ଭାବନା ମଧ୍ୟ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ