Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ରାଧାକୃଷ୍ଣପଡ଼ା ସ୍ଵୟଂ ସହାୟକ ଗୋଷ୍ଟି ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

ଜମନକିରା : ଜମନକିରା ସଦର ମହକୁମା ସ୍ଥିତ ରାଧାକୃଷ୍ଣପଡ଼ା ର ଦୀପଶିଖା, ରାଧାରାଣୀ ଏବଂ ମା” ମନସା ସ୍ଵୟଂ ସହାୟକ ଗୋଷ୍ଟିର ମହିଳା ମାନେ ଆଜି ମଙ୍ଗଳବାର ଦିନ ରାଧାକୃଷ୍ଣପଡ଼ା ସ୍ଥିତ ନଳକୂପ ପାର୍ଶ୍ଵରେ ହୋଇଥିବା ଅନାବନା ଘାସ ଓ ଅଳିଆ ଆବର୍ଜନା ସଫା କରିଥିଲେ। ପଞ୍ଚାୟତକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ଫଳ ନମିଳିବାରୁ ସ୍ଵୟଂ ସହାୟକ ମହିଳା ମାନେ ନଳ କୂପ ପାର୍ଶ୍ଵ ଏବଂ ଆଖପାଖ ଅଞ୍ଚଳ କୁ ସଫା କରିଛନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରେମସିଲା ନାଏକ, ତୁଳସୀ ନାଏକ, ରଶ୍ମିତା ସେଠ, ମଞ୍ଜୁଲତା ବଢ଼େଇ, କଞ୍ଚନ ଠାକୁର, ବିନତି ପଟେଲ, ଉମାକାନ୍ତି ନାଏକ, ପଦ୍ମିନୀ ସେଠ, ଶିବାନୀ ପଟେଲଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଟିର ଅନ୍ୟ ମହିଳା ମାନେ ମଧ୍ୟ ସ୍ୱଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମହିଳା ମାନଙ୍କ ଏଭଳି କାର୍ଯ୍ୟକ୍ରମକୁ ଅଞ୍ଚଳ ବାସୀ ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା।