Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଟିଲା ବ୍ୟାନ୍‌, ଫେସବୁକ୍‌, ୟୁଟ୍ୟୁବକୁ ଫେରିଲେ ଟ୍ରମ୍ପ୍‌!

ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ପରେ ୟୁଟ୍ୟୁବ୍‌ ଓ ଫେସ୍‌ବୁକ୍‌କୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର୍ ପରେ ଏବେ ୟୁଟ୍ୟୁବ୍ ଓ ଫେସ୍‌ବୁକ୍‌କୁ ବ୍ୟାକ୍‌ କରିଛନ୍ତି ଟ୍ରମ୍ପ। ବ୍ୟାନ୍ ହଟିବା ପରେ ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ‘ଆଇ ଏମ୍ ବ୍ୟାକ୍‌!’। ଆମେରିକାର କ୍ୟାପିଟାଲ ହିଲ୍ ଉପରେ ଆକ୍ରମଣ ପରେ୨୦୨୧  ଜାନୁଆରୀ ୬ରେ  ଟ୍ରମ୍ପଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ଟ୍ରମ୍ପ ନିଜର ପୋଷ୍ଟ ସହ ୧୨ ସେକେଣ୍ଡର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ‌ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ମଧ୍ୟ କରିଛନ୍ତି।  

More Stories