Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘାଟିରେ ଓଲଟିଲା ସ୍କୁଲ ବସ୍, ପିଇଟି ଶିକ୍ଷକଙ୍କ ମୃତ୍ୟୁ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ଉମରକୋଟ: ଘାଟିରେ ଓଲଟିଲା ସ୍କୁଲ ବସ୍। ଦୁର୍ଘଟଣାରେ ପିଇଟି ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଏହି ବସ୍ ଦୁର୍ଘଟଣା ଘଟିଛି। ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀ ଚନ୍ଦାହାଣ୍ଡି କ୍ରୀଡ଼ା ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଵସଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଉମରକୋଟରୁ ବିଭିନ୍ନ ସ୍କୁଲ ଛାତ୍ର-ଛାତ୍ରୀଙ୍କୁ ନେଇ ବସ୍ ଯାଉଥିଲା। ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ପିଇଟି ହେଉଛନ୍ତି ସ୍ଵାମୀ ବିବେକାନନ୍ଦ ହାଇସ୍କୁଲର ପ୍ରଭାତ ଜେନା।

ଆହତ ଛାତ୍ର-ଛାତ୍ରୀଙ୍କୁ ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତଙ୍କ ଉଦ୍ଧାର ପାଇଁ ଚନ୍ଦାହାଣ୍ଡି ଓ ଝରିଗାଁରୁ ୨ ଅଗ୍ନିଶମ ଟିମ୍ ପଠାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ