Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁରୀ ହେବ ବିଶ୍ବସ୍ତରୀୟ ଐତିହ୍ୟ ସହର

ଓଡ଼ିଶା: ଖୁବ୍‌ ଶୀଘ୍ର ପୁରୀ ହେବ ବିଶ୍ବସ୍ତରୀୟ ଐତିହ୍ୟ ସହର। ଏ ନେଇ ସୂଚନା ଦେଇଛି ପୂର୍ତ୍ତ ବିଭାଗ। ୨୦୨୪ ମାର୍ଚ୍ଚ ସୁଦ୍ଧା ପୁରୀ ହେବ ବିଶ୍ବସ୍ତରୀୟ ହେରିଟେଜ୍‌ ସହର। ଏହା ବ୍ୟତୀତ ୬ ଲେନ୍‌ ବିଶିଷ୍ଟ କଟକ ରିଂ ରୋଡ, ୪ ଲେନ୍‌ ବିଶିଷ୍ଟ କଟକ-ପାରାଦୀପ ରାସ୍ତା ନିର୍ମାଣ ସହ ବ୍ରହ୍ମପୁର- ଜୟପୁର ୪ ଲେନ୍‌ ରାସ୍ତା ନିର୍ମାଣ ଯୋଜନାକୁ ଏଥିରେ ସାମିଲ କରାଯାଇଛି।

ଏଥର ୩ ହଜାର କିଲୋମିଟର ପାଇଁ ୪୬ ଶହ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଅବଢା ଯୋଜନାରେ ୨୨୪ କୋଟି , ଐତିହ୍ୟ କ୍ଷେତ୍ରରେ ବିକାଶ ପାଇଁ ୧୫୮ କୋଟିର ବ୍ୟବସ୍ଥା ରହିଛି। ଏଥି ସହିତ ମେଡିକାଲ କଲେଜ, ଆଦର୍ଶ ବିଦ୍ୟାଳୟ, କୋର୍ଟ ବିଲ୍ଡିଂ ଓ କ୍ରୀଡା ଭିତ୍ତିଭୂମି ଭଳି ଦାୟିତ୍ବ ମଧ୍ୟ ପୂର୍ତ୍ତ ବିଭାଗ ହାତରେ ରହିଛି।