Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବହେଳିତ ପହରିଆ ପରିବାର

କଳାହାଣ୍ଡି, ୨୮/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ, ଗଣ୍ଡାମେର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାବେଗୁଡ଼ା ଗ୍ରାମର ପହରିଆ ପଡ଼ାରେ ରହୁଥିବା ଚାରି ପହରିଆ ପରିବାର ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଛନ୍ତି, ସେମାନେ ତାଙ୍କର କୌଳିକ ବୃତ୍ତି ବାଉଁଶ ତିଆରି ଛୋଟ ଛୋଟ ଟୋକେଇ, କୁଲା, ପର୍ଲା ଓ ଅନ୍ୟ ସାମଗ୍ରୀ ତିଆରି କରି କମ୍ ଦାମରେ ବିକ୍ରି କରିଥାନ୍ତି, ଯାହା ତାଙ୍କ ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ନୁହଁ, ସରକାରଙ୍କ ତରଫରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଇଥାନ୍ତି, ବିଧବା ତଥା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି, ତାଙ୍କ କହିବା ଅନୁସାରେ ଗ୍ରାମ ପଞ୍ଚାୟତ କୁ ବହୁବାର ଦରଖାସ୍ତ ଦାଖଲ କରିଥିଲେ ମଧ୍ୟ ଗୁରୁତ୍ଵ ଦେଇ ନ ଥିବା ସାଇବନି ପହରିଆ, କୁବାଂଗ୍ ପହରିଆ ଓ ହରି ପହରିଆ ପ୍ରମୁଖ ପ୍ରକାଶ କରିଛନ୍ତି, ତଥା ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ତିନି କିଲୋ ମିଟର ଥିବାରୁ ଛୋଟ ଛୋଟ ଶିଶୁ ମାନେ ଯିବା ଆସିବାରେ ବହୁତ ଅସୁବିଧା ହେଉଛି।