Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ, ତିନି ଘଣ୍ଟା ଆୟତ୍ତ ହୋଇନି ନିଆଁ

କଟକ: କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ । ପାଠାଗାର ସାମ୍ନାରେ ଥିବା ତିନି ମହଲା କୋଠାର ଏକ ଲୁଗା ଦୋକାନରେ ନିଆଁ ଲାଗିଛି। ତିନି ଘଣ୍ଟାରୁ ଅଧିକ ସମୟ ହେଲାଣି ଦୋକାନ ହୁତୁହୁତୁ ହୋଇ ଜଳୁଛି। ତଳ ମହଲାରେ ନିଆଁ ଲାଗିବା ପରେ ଉପର ମହଲାକୁ ବ୍ୟାପିଛି। ଫଳରେ ନିଆଁ ଆୟତ୍ତ ହୋଇ ପାରିନାହିଁ। ଘଟଣାସ୍ଥଳରେ ଦଶଟି ଅଗ୍ନିଶମ ଟିମ୍ ନିଆଁ ଲିଭାକୁ ଉଦ୍ୟମ ଚଳାଇଛନ୍ତି। ପ୍ରବଳ ଧୂଆଁ ବାହାରୁଥିବାରୁ ଟିମ କାଚ ଭାଙ୍ଗି ନିଆଁ ଲିଭାଇକୁ ପ୍ରୟାସ କରାଯାଉଛି। ସ୍କାଏ ଲିଫ୍ଟର ବ୍ୟହବାର ମଧ୍ୟ କରାଯାଇଛି। ଦୋକାନଟି ଜଳିପୋଡ଼ି ଛାରଖାର ହୋଇ ଯାଇଥିବା ବେଳେ ବ୍ୟାପକ କ୍ଷତି ଘଟିଛି। ସକାଳେ ଲୋକଙ୍କ ଭିଡ଼ ନ ଥିବାରୁ ବଡ଼ ଅଘଟଣ ଟଳି ଯାଇଛି।

ସକାଳ ୮ଟାରେ କୋଠାରେ ନିଆଁ ଲାଗିଥିବା ଦେଖି ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପ୍ରଥମେ ଅଗ୍ନିଶମ ବିଭାଗର ତିନୋଟି ଟିମ୍ ପହଞ୍ଚି ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ। ପୂରା ବିଲ୍ଡିଂକୁ ପାଣି ମାଡ଼ କରାଯାଇଥିଲା। କିନ୍ତୁ ନିଆଁର ଭୟାବହତା ଦେଖି ଏବଂ ଆୟତ୍ତ ନ ହେବାରୁ ବର୍ତ୍ତମାନ ଦଶଟି ଟିମ୍ ନିଆଁକୁ ଆୟତ୍ତ କରିବାରେ ଜୁଟିଛନ୍ତି। କପଡ଼ା ଦୋକାନ ହୋଇଥିବାରୁ ନିଆଁ ଲିଭିବା କଷ୍ଟକର ହୋଇ ପଡ଼ିଛି। ତିନି ଘଣ୍ଟା ପରେ ପରେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯାଇ ପାରି ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ