Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାର୍ଷ୍ଟପତିଙ୍କ ଉଦେଶ୍ୟରେ ଦାବିପତ୍ର

କୋରାପୁଟ,28/9/23 ପାଳକ ସମ୍ମିଳନୀ ଦ୍ଵାରା ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନ ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଓ ଅବହେଳା ପ୍ରତିବାଦରେ ଏକ ବିଶାଳ ଶୋଭାଯାତ୍ରା କୋରାପୁଟ ରେଭେନ୍ୟୁ ପଡ଼ିଆ ଠାରୁ କଳାନିକେତନ ଛକ ଦେଇ ଜଗନ୍ନାଥ ମନ୍ଦିର ଓ ସହର ମଧ୍ୟ ଦେଇ ଜାତୀୟ ରାଜପଥ ପରିକ୍ରମା ସାରି , କୋରାପୁଟ ଜିଲ୍ଲା ପାଳ କାର୍ଯ୍ୟାଳୟ ଠାରେ ପହଞ୍ଚି ଏକ ସ୍ମାରକ ପତ୍ର ରାଷ୍ଟ୍ରପତି ଉଦେଶ୍ୟରେ ପ୍ରଦାନ କରିଥିଲେ। ଏହି ସ୍ମାରକ ପତ୍ର ରେ ମଣିପୁରରେ ତାଡିତ ଓ ଦୁଃଖିତ ପରିବାର ସହିତ ସଦଭାବନା ଓ ସଂହତି ପ୍ରଦର୍ଶନ ପୂର୍ବକ ଠିଆ ହୋଇ ସେମାନଙ୍କର ସୁରକ୍ଷା ଓ ପୁନଃରବସତି ଓ ପୁନଃରମିଳନ ନିମନ୍ତେ ଶାନ୍ତି ପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ପୁଣି ଭାରତର ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟିଆନ ମାନଙ୍କ ପ୍ରତି ଘଟୁଥିବା ଅନ୍ୟାନ୍ୟ ତଥା ଉପାସନା ଗୃହର ଭଙ୍ଗାରୁଜା ଧର୍ମାନ୍ତିକରଣ ଆଇନ ଅପବ୍ୟବହାର ବିରୁଦ୍ଧରେ ଓ ସଂଖ୍ୟା ଲଘୁ କମିଶନ ଗଠନ ଲାଗି ଦାବି ଉପସ୍ଥାପନ କରିଥିଲେ। ଏହି ଶୋଭାଯାତ୍ରାକୁ କୋରାପୁଟିଆ ପାଳକ ସମ୍ମିଳନୀର ଚେୟାରମେନ ଖ୍ରୀଷ୍ଟଦାନ ଟାକ୍ରୀ, ଉପସଭାପତି ଦାନିୟେଲ୍ ଖରା, ସାଧାରଣ ସମ୍ପାଦକ ହେମ ପ୍ରସାଦ ଦାସ ଏବଂ ଜ ଇ ଲୁ ମ ବିଷୋପ ବିଧାନ ନାୟକ, ସମାଜ ସେବୀ ପ୍ରବୀର ପାତ୍ର ଏବଂ ବିଭିନ୍ନ ମଣ୍ଡଳୀ ଅନୁଷ୍ଠାନର ନେତା ନେତ୍ରୀ ଗଣ ଉପସ୍ଥିତ ରହିଥିଲେ। ଏହି ସମ୍ମିଳନୀ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତୀ । ଖ୍ରୀଷ୍ଟିଆନ ମାନଙ୍କ ପ୍ରତି ଦୃଷ୍ଟି ରଖି ସେମାନଙ୍କ ବିକାଶ ଓ ମଙ୍ଗଳ ନିମନ୍ତେ ଯୋଜନା ପ୍ରସ୍ତୁତ କରିବେ ଓ ସଂଖ୍ୟା ଲଘୁ କମିଶନ ବା ସ୍ଥାୟୀ ସଂଖ୍ୟା ଲଘୁ କମିଶନ ଶୀଘ୍ର ଗଠନ କରି ଏହି ସମାଜର ତଥା ଅନ୍ୟାନ୍ୟ ସଂଖ୍ୟା ଲଘୁ ସଂପ୍ରଦାୟ ମୁସଲମାନ,ବୈାଦ୍ଧ,ଶିଖ୍, ଜୈନ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।ଦଳିତ ଖ୍ରୀଷ୍ଟିଆନ ମାନଙ୍କର ପୁନଃର ଉଦ୍ଧାର ଏବଂ ନୂତନ ବିକାଶ ଯୋଜନା ଓ ବ୍ୟବସ୍ଥା ଲାଗୁ କରିବେ। କୋରାପୁଟ କଂଗ୍ରେସ୍ ସାଂସଦ ସପ୍ତଗିରି ଉଲ୍ଲକା, କଂଗ୍ରେସ୍ ଆସାଇ ମଣ୍ଟୁ ଖରା, କଂଗ୍ରେସ୍ ଆସଇ କୃଷ୍ଣ କୁଲଦୀପ, ବିଜେଡି ବିଧାୟକ ରଘୁରାମ ପୋଡାଲ ସାମିଲ୍ ଥିଲେ।
ଏହି ପାଳକ ସମ୍ବିଳନୀରେ ଅଭିଭକ୍ତ କୋରାପୁଟ ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଜିଲ୍ଲା ହଜାର ହଜାର କ୍ରିଷ୍ଟିୟାନ ଭାଇ ଭଉଣୀ ମାନେ ଯୋଗ ଦେଇ ଥିଲେ,
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ