Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଟନ ଖାଇ ବି ଭୋଟ୍ ଦେଲେନି, ଏଥର ନିର୍ବାଚନରେ ଚା ଟିକେ ପିଇବାକୁ ଦେବିନି: ଗଡ଼କରୀ

ନୂଆଦିଲ୍ଲୀ: ନିଜର ନିର୍ଭୀକ ଏବଂ ସ୍ପଷ୍ଟବାଦୀକୁ ନେଇ ଚର୍ଚ୍ଚିତ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନୀତିନ ଗଡ଼କରୀ ଆଗାମୀ ନିର୍ବାଚନକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ନିର୍ବାଚନ ପ୍ରଚାର ସମୟରେ ସେ ନିଜର ସଂସଦୀୟ କ୍ଷେତ୍ର ନାଗପୁରରେ କୌଣସି ବ୍ୟାନର କିମ୍ବା ପୋଷ୍ଟର ଲଗାଇବେ ନାହିଁ। ଏପରିକି ଲୋକଙ୍କୁ ଚା ଟିକେ ବି ପିଇବାକୁ ଦେବେନି। ମହାରାଷ୍ଟ୍ରର ଓ୍ଵାସିମରେ ତିନୋଟି ଜାତୀୟ ରାଜପଥର ଉଦଘାଟନ ସମୟରେ ଗଡ଼କରୀ ଏହି ଟିପ୍ପଣୀ କରିଛନ୍ତି।

ଗଡ଼କରୀ କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ସେ କୌଣସି ବ୍ୟାନର କିମ୍ବା ପୋଷ୍ଟର ଲଗାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଲୋକଙ୍କୁ ଚା ଟିକେ ବି ପିଇବାକୁ ଦେବିନି। ଯାହାକୁ ଭୋଟ୍ ଦେବାର ଅଛି ଦେବେ ଯାହାକୁ ଦେବାର ନାହିଁ ଭୋଟ୍ ନ ଦେବେ। ନା ମୁଁ ଲାଞ୍ଚ ନେବି ଏବଂ ନା କାହାକୁ ଲାଞ୍ଚ ନେବାକୁ ସୁଯୋଗ ଦେବି। ମୋତେ ବିଶ୍ଵାସ ଯେ ମୁଁ ସଚ୍ଚୋଟତାର ସହ ଆପଣଙ୍କ ସେବା କରି ପାରିବି।

ଗଡ଼କରୀ କହିଛନ୍ତି, ଥରେ ଏକ ନିର୍ବାଚନରେ ମତାଦାତାଙ୍କୁ ମଟନ ଖାଇବାକୁ ଦେଇଥିଲି, ତଥାପି ସେ ନିର୍ବାଚନ ହାରିଥିଲେ। ସେ ଏହା ଉପରେ ଜୋର ଦେଇଛନ୍ତି ଯେ, ଭୋଟରଙ୍କ ପ୍ରତି ବିଶ୍ଵାସ ଓ ଭଲ ପାଇବା ଦେଇ ନିର୍ବାଚନ ଜିତା ଯାଇ ପାରିବ। ହେଲେ ଆଜିର ଭୋଟର ବହୁତ ଚାଲାକ ହୋଇଗଲେଣି। ଲୋକେ ସେହି ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତି, ଯିଏ ସେମାନଙ୍କୁ ଯୋଗ୍ୟ ଲାଗନ୍ତି। ଲୋକେ ସର୍ବଦା ପୋଷ୍ଟର ଓ ନିର୍ବାଚନୀ ଉପହାର ଦେଇ ନିର୍ବାଚନ ଜିତିଥାନ୍ତି। କିନ୍ତୁ ମୁଁ ଏସବୁ ରଣନୀତିରେ ବିଶ୍ଵାସ କରେ ନାହିଁ ବୋଲି ଗଡ଼କରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ