Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମ୍ୟାଜିକ ନମ୍ବର ଛୁଇଁଲା ହୀରାକୁଦ, ୧୦ଟି ଗେଟ୍ ଜରିଆରେ ଚାଲିଛି ଜଳ ନିଷ୍କାସନ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ତାର ମ୍ୟାଜିକ ନମ୍ବର ଛୁଇଁଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଗତକାଲି ଜଳସ୍ତର ୬୩୦ ଫୁଟ୍ ପହଞ୍ଚିଥିଲା। ଫଳରେ ଗେଟ୍ ଖୋଲା ଯାଇ ଜଳ ନିଷ୍କାସନ କରାଯାଉଛି। ଆଜି ଜଳଭଣ୍ଡାରର ୩ଟି ଗେଟ୍ ଖୋଲା ଯାଇଛି। ବର୍ତ୍ତମାନ ମୋଟ୍ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରର ବାମପାର୍ଶ୍ଵରେ ୭ଟି ଏବଂ ଡାହାଣ ପାର୍ଶ୍ଵରେ ୩ଟି ଗେଟ୍ ଖୋଲା ଯାଇ ଜଳ ନିଷ୍କାସନ ଚାଲିଛି।

ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୬୫ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୧୬ ହଜାର ୮୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୫୪ ହଜାର ୨୦୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ଗତକାଲି ସାତୋଟି ଗେଟ୍ ଖୋଲା ଯାଇଥିବା ବେଳେ ଆଜି ଆଉ ୩ଟି ଗେଟ୍ ଖୋଲା ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ