ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ପିତାମହୁଲ ଗ୍ରାମରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ପ୍ରାୟ ୩ରୁ ୪ ଟି ହାତୀ ଥିବା ଏକ ହାତୀ ପଲ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଆସି ଗ୍ରାମରେ ହୋଇଥିବା କପା ଫସଲ କୁ ଦଳି ଚକଟି ନଷ୍ଟ କରି ଦେଇଥିବା ବେଳେ ଧାନ ଫସଲ କୁ ମଧ୍ୟ ଖାଇ ଦେଇ ଦଳି ନଷ୍ଟ କରିଛନ୍ତି । ପିତାମହୁଲ ଗ୍ରାମର ଅଶ୍ଵିନୀ ଗେଜ , ଦିବ୍ୟ ଲୋଚନ ଗଡୁଆ , ବିରପାକ୍ଷ ଗଡୁଆ , ରମାକାନ୍ତ କର୍ମୀ , ବିଜୟ ସିଂ, ଶ୍ରବଣ ସିଂ, ନିରଞ୍ଜନ ସିଂ, ଭାଗିରଥି ମାଝୀ ପ୍ରମୁଖ ଙ୍କ ବ୍ୟାପକ କପା ଫସଲ ହାତୀପଲ ନଷ୍ଟ କରିଛନ୍ତି। ସେହିପରି ଗ୍ରାମର ପ୍ରମୋଦ ନାଏକ , ରାଜୁ ପାତ୍ର , କରୁଣା କର ନାଏକ , ଅନନ୍ତ ମହକୁର , ସୁମନ୍ତ ମହାକୁର , ମନୋଜ କୁମାର ପାଣ୍ଡେ , ଭୀମସେନ ପାଣ୍ଡେ , କୁଶଧର ପାଣ୍ଡେ , ଦେବେନ୍ଦ୍ର ନାଏକ ପ୍ରମୁଖଙ୍କ ଧାନ ଫସଲ ନଷ୍ଟ କରିଛନ୍ତି । ଚଳିତ ବର୍ଷ ବିଳମ୍ବ ରେ ବର୍ଷା ହୋଇଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ଭଲ ବର୍ଷା ହୋଇଥିଲା । ତେଣୁ ଚାଷ ଭଲ ହୋଇଥିଲା । ଚାଷୀ ଧାର କରଜ କରି ଚଳିତ ବର୍ଷ ଚାଷ କରିଥିଲେ ମଧ୍ୟ ଭଲ ଫସଲ ହୋଇଥିବାରୁ ଭଲ ଅମଳ ଆଶା କରିଥିଲା । ମାତ୍ର ଏବେ ଦାଉ ସାଜିଛି ହାତୀଙ୍କ ବିତ୍ପାତ । ଫଳରେ ହତାସ ହୋଇପଡିଛି ଚାଷୀ । ଏନେଇ ବୀରମହାରାଜପୁର ରେଞ୍ଜ ଅଧିକାରୀ ଅବିନାଶ ବରିହା ଙ୍କୁ ପଚାରିବାରୁ ହାତୀ ଘଉଡ଼ାଇବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ସେମାନଙ୍କୁ ନେଇ ହାତୀ ଙ୍କ ଗତିପଥ ଉପରେ ନଜର ରଖା ଯାଇଛି ଓ ହାତୀ ଘଉଡ଼ା ଯାଉଛି ବୋଲି କହିଥିଲେ । ତେବେ ଯେଉଁ ଚାଷୀଙ୍କ କ୍ଷୟ କ୍ଷତି ହୋଇଛି ସେମାନଙ୍କ କ୍ଷୟ କ୍ଷତି ର ଆକଳନ କରି କ୍ଷତି ପୂରଣ ପ୍ରଦାନ କରିବୁ ସାଧାରଣ ରେ ଦାବୀ ହେଉଛି ।
ପିତାମହୁଲ ଗ୍ରାମରେ ବ୍ୟାପକ ଧାନ ଓ କପା ଫସଲ ନଷ୍ଟ କଲେ ହାତୀ ପଲ
