Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା; ପୋଲିସକୁ ମିଳିଲା ସୁରାକ୍‌

ଭୁବନେଶ୍ବର: ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲାରେ ପୋଲିସକୁ ମିଳିଛି ସୁରାକ୍‌। ସନ୍ଦେହ ଘେରରେ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁ। ପୋଲିସ ହାତରେ ଲାଗିଲା ସୁରାକ୍‌। ଅର୍ଥ କାରବାର ଓ ବ୍ଲାକ୍‌ମେଲିଂ ନେଇ ପୋଲିସକୁ ସୁରାକ୍‌ ମିଳିଥିବା ସୂଚନା ମିଳିଛି। ଆଜେକ୍ସଙ୍କ ସିଡିଆର ନେଇ ମଧ୍ୟ ଯାଞ୍ଚ ଚାଲିଛି। ତାଙ୍କ କଲ୍‌ ରେକର୍ଡ ନେଇ ଖୋଳତାଡ କରୁଛି ପୋଲିସ। ସେଥିରୁ କିଛି ପ୍ରମାଣ ମିଳିପାରେ ବୋଲି ପୋଲିସ ଆଶା ରଖିଛି।

ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ପଛରେ ତାଙ୍କ ବାନ୍ଧବୀ ଓ ତାଙ୍କ ପ୍ରେମିକଙ୍କ ହାତ ଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଡିଜେ ଆଜେକ୍ସ ତାଙ୍କ ପ୍ରେମିକାଙ୍କୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଦେଇଥିବା ଜଣାପଡ଼ିଛି। ଏଥିପାଇଁ ପୋଲିସ ବ୍ୟାଙ୍କ ସହ ଯୋଗାଯୋଗ କରି ତାଙ୍କ ପ୍ରେମିକାଙ୍କ ଆକାଉଣ୍ଟ ସହ ଜଡିତ ସମସ୍ତ ତଥ୍ୟ ମଗାଇଛି। ଖୁବ୍‌ ଶୀଘ୍ର ତାଙ୍କ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁ ପଚରାଉଚରା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

କେଉଁ ଫଟୋ ଓ ଭିଡିଓକୁ ନେଇ ବ୍ଲାକ୍‌ମେଲ୍‌ କରୁଥିଲେ। ସେ ତାଙ୍କ ସହ କଣ କଥା ହୋଇଥିଲେ। ସେ ସବୁ ତଥ୍ୟ କଲ୍‌ ରେକର୍ଡ ଡିଟେଲ୍ସ ରିପୋର୍ଟରୁ ଜଣାପଡ଼ିବ।