Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକରେ ଖୋଲିଲା ଓ୍ଵାର୍କିଂ ବୁକ ଫେୟାରର ନୂତନ ଷ୍ଟୋର, ଉନ୍ମୋଚନ କଲେ ସୁସ୍ମିତା ବାଗଚୀ

କଟକ: ପାଠକଙ୍କ ପ୍ରଥମ ପସନ୍ଦ ଓ୍ଵାର୍କିଂ ବୁକ ଫେୟାର। ଭୁବନେଶ୍ଵରରେ ପାଠକଙ୍କ ଦ୍ଵାରା ଆଦୃତ ଏବଂ ବହୁଳ ପ୍ରସାରିତ ହେବା ପରେ ଏବେ ଏହାର ନୂତନ ଷ୍ଟୋର କଟକରେ ଖୋଲିଛି। ରବିବାର କଟକର ନୂତନ ବସଷ୍ଟାଣ୍ଡ ନେତାଜୀ ଟର୍ମିନାଲର ଦ୍ଵିତୀୟ ଫ୍ଲୋରରେ ଏହାର ଶୁଭାରମ୍ଭ ହୋଇଛି। ବୁକ୍ ଷ୍ଟୋରର ନୂତନ ଶାଖାକୁ ଉନ୍ମୋଚନ କରିଛନ୍ତି ‘ମୋ ସ୍କୁଲ’ର ଅଧ୍ୟକ୍ଷା ତଥା ଲେଖିକା ସୁସ୍ମିତା ବାଗଚୀ। ଏହି ସମୟରେ କଟକ ଜିଲ୍ଲାପାଳଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।

ଦୁଇ ବନ୍ଧୁ ଅକ୍ଷୟ ରାଉତରାୟ ଓ ଶତାବ୍ଦୀ ମିଶ୍ରଙ୍କ ପ୍ରୟାସରେ କଟକରେ ଏହି ଓ୍ଵାର୍କିଂ ବୁକ ଫେୟାର ଖୋଲିଛି। ଏଠାରେ ମଧ୍ୟ ପାଠକଙ୍କ ଦ୍ଵାରା ବେଶ ଆଦୃତ ହେବ ବୋଲି ଉଭୟ ବେଶ ଆଶାବାଦୀ। ସଂପ୍ରତି ଜନମାନସକୁ କେମିତି ପୁସ୍ତକ ପ୍ରତି ରୁଚି ବଢାଇବା ସେହି ଉଦ୍ଦେଶ୍ୟରେ ଅକ୍ଷୟ ଓ ଶତାବ୍ଦୀ ନିଜର ପ୍ରୟାସ ଜାରି ରଖିଛନ୍ତି। ଦୁଇ ବନ୍ଧୁ ଗତ ୮ ବର୍ଷରେ ୫ଟି ପର୍ଯ୍ୟାୟରେ ଓଡ଼ିଶା ବ୍ୟତୀତ ଦେଶର ୨୦ଟି ରାଜ୍ୟରେ ଗାଡିରେ ବହି ରଖି ଭ୍ରାମ୍ୟମାଣ ପାଠାଗାର ଜରିଆରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଯାତ୍ରା କରିଛନ୍ତି ୩୫ ହଜାର କିଲୋମିଟର । ସେହି ଉଦ୍ଦେଶ୍ୟରେ ଭ୍ରାମ୍ୟମାଣ ଗାଡ଼ିକୁ ପାଠାଗାରର ରୂପ ଦେଇ ଦେଶର ବିଭିନ୍ନ ସ୍ଥାନରେ ଭ୍ରମଣ କରୁଛନ୍ତି। ଦୁହିଁଙ୍କ ଏଭଳି ନିଆରା କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।

ଲୋକମାନଙ୍କ ହୃଦୟରେ ପୁସ୍ତକ ପ୍ରତି ଆଦର ବଢ଼ାଇବା ପାଇଁ ଦୁହେଁ ଏପରି ଚେଷ୍ଟା କରିଥିଲେ । ଅକ୍ଷୟଙ୍କ କହିବା ଅନୁଯାୟୀ ସେ ପ୍ରଥମେ ଭ୍ରାମ୍ୟମାଣ ଲାଇବ୍ରେରୀ ଆରମ୍ଭ କରିଥିଲେ । ସେତେବେଳେ ତାଙ୍କ ପାଖରେ କୌଣସି ଯାନ ନଥିବାରୁ କିଛି ବନ୍ଧୁଙ୍କ ସହାୟତାରେ ସେ ପୁସ୍ତକ ସବୁ ଧରି ଓଡିଶାର କିଛି ଗାଁରେ ବୁଲିଥିଲେ । ପରେ ଏକ ଓମନି ଭ୍ୟାନକୁ ସଜାଇ ସେଥିରେ ପୁସ୍ତକ ନେଇ ରାଜ୍ୟର ୩୦ଟି ଜିଲ୍ଲା ଭ୍ରମଣ କରି ପୁସ୍ତକ ପଢ଼ିବାକୁ ସଚେତନତା ସୃଷ୍ଟି କରିଥିଲା । ଓଡିଶାରେ ଅକ୍ଷୟ ଓ ଶତାବ୍ଦୀଙ୍କର ଏହି ପ୍ରଚେଷ୍ଟା ସଫଳ ହୋଇଥିଲା । ଫଳରେ ଏହାକୁ ଜାତୀୟ ସ୍ତରରେ କରିବା ପାଇଁ ଉଭୟଙ୍କୁ ପ୍ରେରଣା ମିଳିଥିଲେ । ବର୍ତ୍ତମାନ ଭୁବନେଶ୍ଵର ଖଣ୍ଡଗିରି କୋଲଥିଆ ଆମରି ହସ୍ପିଟାଲ୍ ରୋଡରେ ଓ୍ଵାର୍କିଂ ବୁକ ଫେୟାରର ଷ୍ଟୋର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ