ସୂର ଜମଲ୍ କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ


ରେଙ୍ଗାଲି ସ୍ଥିତ ସୂରଜ ମଲ୍ କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ କଲେଜ ଅଧ୍ୟକ୍ଷ ଡ.ମନୋଜ କୁମାର ପଣ୍ଡା ଓ ବ୍ଲକ୍ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରମଦାନ କରିଥିଲେ ।ମହାବିଦ୍ୟାଳୟର ଏନ୍‌.ଏସ୍‌.ଏସ୍‌ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଧ୍ୟାପକ ଅଜୟ କୁମାର ସାହୁ ଓ ଅନ୍ୟତମ
କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟାପିକା ନଳିନୀ ପ୍ରଧାନ ନେତୃତ୍ଵରେ କଲେଜ ପରିସର ସଫେଇ କରାଯାଇଥିଲା ।
ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଶ୍ରମଦାନ କରିଥିଲେ। ଶେଷରେ ଅଧ୍ୟାପକ ଶ୍ରୀଯୁକ୍ତ ସାହୁ ସ୍ଵଚ୍ଛତା ଶପଥ ପାଠ କରାଇଥିଲେ ।