Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନଦୀ ବ୍ରିଜରୁ ଖସୁ ଖସୁ ଅଳ୍ପକେ ବର୍ତ୍ତିଲା ବସ୍, ବଞ୍ଚିଗଲା ଯାତ୍ରୀଙ୍କ ଜୀବନ

ବାଙ୍କି: ମହାନଦୀ ବ୍ରିଜରୁ ଖସୁ ଖସୁ ଅଳ୍ପକେ ବର୍ତ୍ତିଲା ବସ୍। ଆଉ ବଞ୍ଚିଗଲା ଯାତ୍ରୀ ଓ ଡ୍ରାଇଭରଙ୍କ ଜୀବନ। ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରୁ ବସଟି ଖସୁ ଖସୁ ବର୍ତ୍ତି ଯାଇଥିଲା। ବ୍ରିଜର ସୁରକ୍ଷା ବାଡ଼ ଭାଙ୍ଗି ପ୍ରାୟ ୧୦ ଫୁଟ ଆଗକୁ ମାଡ଼ି ନଦୀକୁ ଝୁଲି ପଡ଼ିଥିଲା ବସ୍। ସୁରକ୍ଷା ବାଡ଼ ସହ ମାଡ଼ ହେବା ଫଳରେ ବସର ଗୋଟିଏ ଆଗ ଚକା ବାହାରି ଯାଇଛି। ମଙ୍ଗଳବାର ବସଟି ଅନୁଗୁଳରୁ ଭୁବନେଶ୍ଵର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ସୂଚନା ପାଇ ଦୁର୍ଘଟଣା ସ୍ଥଳକୁ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ସ୍ଥାନୀୟ ଲୋକ, ଅଗ୍ନିଶମ ଓ ପୋଲିସ କର୍ମଚାରୀଙ୍କ ଉଦ୍ୟମରେ ଝୁଲି ରହିଥିବା ବସକୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ହାଇଓ୍ଵା ଓ କ୍ରେନ ନିୟୋଜିତ ହୋଇଥିଲା। ସୌଭାଗ୍ୟବଶତଃ ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ମାରିଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

ଦୁର୍ଘଟଣାକୁ ନେଇ ଡମପଡ଼ା ତହସିଲଦାର କହିଛନ୍ତି ବେପରୁଆ ଡ୍ରାଇଭିଂ ଯୋଗୁଁ ଦୁର୍ଘଟଣା ଘଟିଛି। ଯାତ୍ରୀମାନଙ୍କ କହିବାନୁସାରେ ବସଟି ବହୁତ ସ୍ପିଡରେ ଆସୁଥିଲା। ପୋଲ ଉପରେ ବସଟି ବାମ ଡାହାଣ ହୋଇ ନଦୀକୁ ମାଡ଼ି ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ