Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି କୁଲତା ସମାଜର ନୂଆଁଖାଇ ଭେଟ୍-ଘାଟ୍ ରେ ଜିଲ୍ଲା ଯୁବ କମିଟିର ରକ୍ତଦାନ ଶିବିର ଅନୁଷ୍ଠିତ

ଭବାନୀପାଟଣା, ୦୪/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ହାତିଖୋଜ ଗ୍ରାମରେ କଳାହାଣ୍ଡି କୁଲତା ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ୨୦୨୩ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋନପୁର ଜିଲ୍ଲା କୁଲତା ସମାଜର ସମ୍ପାଦକ କ୍ଷେତ୍ରବାସୀ ପ୍ରଧାନ ଉପସ୍ଥିତ ଥିଲେ । ଏବଂ କାର୍ଯକ୍ରମରେ କଳାହାଣ୍ଡି କୁଲତା ସମାଜ ସଭାପତି ଶ୍ରୀ କେଶବ ଚନ୍ଦ୍ର ଭୋଇ, ସମ୍ପାଦକ ଶ୍ରୀ ବିଜୟ କୁମାର ଭୋଇ, ତଥା ଜିଲ୍ଲା ର ସମସ୍ତ ଆଞ୍ଚଳିକ କମିଟିର କର୍ମକର୍ତ୍ତା ଓ ସାତ ଶହ ରୁ ଉର୍ଦ୍ଧ୍ବ ବିଶା ସହେ ଉପସ୍ଥିତ ଥିଲେ । ଜିଲ୍ଲା ଯୁବ କମିଟି, କଳାହାଣ୍ଡି କୁଲତା ସମାଜ ତରଫରୁ ଆୟୋଜିତ ରକ୍ତଦାନ ଶିବିରଟି ଜିଲ୍ଲା ଯୁବ କମିଟିର ସଭାପତି ଶ୍ରୀ ପ୍ରଦୀପ କୁମାର ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।
ଏବଂ ଏହି ଶିବିର ରେ ଯୁବ ଜିଲ୍ଲା ଯୁବ କମିଟିର ସମ୍ପାଦକ ଭାରତ ଭୂଷଣ ବୁଦ୍ଧିଆ, ସ୍ବାସ୍ଥ୍ୟ ସଂଯୋଜକ ମିଲନ କୁମାର ଭୋଇ, ଯୁବରାଜ ନାଏକ, ଯତୀନ ନାଏକ, ବୁବୁନ ବିଶ୍ଵାଳ, ଅରବିନ୍ଦ ସାହୁ ମିଳନ ସାହୁ, ପ୍ରମିଳା ପଧାନ,ରୁବୀ ଭୋଇ, ଅନୁପମା ବିଶ୍ଵାଳ ସମେତ ଜିଲ୍ଲା ତଥା ଆଞ୍ଚଳିକ ଯୁବ କର୍ମକର୍ତ୍ତା ପରିଚାଳନା କରିଥିଲେ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ.ଶାନ୍ତୁନୁ କୁମାର ଜ୍ଜୈନ୍ ଙ୍କ ତତ୍ତ୍ୱାବଧାନରେ ଡ଼ା.ଝସକେତନ ସାହୁ ଓ ରକ୍ତ ଭଣ୍ଡାର କର୍ମଚାରୀ ଅଜିତ କୁମାର ନାଏକ, ଗିରିଶ କୁମାର ନାଏକ, ମହାଖୁଡ ପ୍ରମୁଖ ଉପସ୍ଥିତ ରହି ଶିବିରରେ ସର୍ବମୋଟ ୩୨ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ବିଶ୍ଵରକ୍ତଦାନ ଦିବସ ଉପଲକ୍ଷେ ଓଡ଼ିଶା ରକ୍ତ କେନ୍ଦ୍ର ପକ୍ଷରୁ ସମସ୍ତ ରକ୍ତଦାତା ଙ୍କୁ ଟି ସାର୍ଟ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ଶିବିରରେ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ କଳାହାଣ୍ଡି କୁଲତା ସମାଜ ତରଫରୁ ସମ୍ମାନୀତ କରିବା ସହିତ ପମାଣପତ୍ର ପ୍ରଦାନ କରାଯାଇଥିଲା।