Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଡୁଆରେ ପଡ଼ିବେ ତିର୍ତ୍ତୋଲ ବିଧାୟକ ! ଅନ୍ୟ ଯୁବତୀଙ୍କୁ ବିବାହ କରିବାକୁ କଲେ ଆବେଦନ

କଟକ: ପୁଣି ବିବାଦ ଘେରରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ବିବାହ ପଞ୍ଜୀକରଣ ଆବେଦନକୁ ନେଇ ଅଡ଼ୁଆରେ ପଡ଼ି ପାରନ୍ତି ଏହି ଯୁବ ବିଧାୟକ। ଏକ ବର୍ଷ ହେବ ପ୍ରେମ ବିବାଦରେ ଛନ୍ଦି ହୋଇଥିବା ବିଜୟ ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ କରିବାକୁ ଆବେଦନ କରିଛନ୍ତି। ଏ ବିଷୟରେ କିଛି ଅଭିଯୋଗ ଆସିଲେ ଶୁଣାଣି କରାଯିବ ବୋଲି କହିଛନ୍ତି ପଞ୍ଜୀକରଣ ଅଧିକାରୀ। ଆବେଦନ ନେଇ କଟକ ଜିଲ୍ଲା ବିବାହ ପଞ୍ଜୀକରଣ ଅଧିକାରୀ ଗୁରୁବାର ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ତିର୍ତ୍ତୋଲ ବିଧାୟକ ସେପ୍ଟେମ୍ବର ୨୧ ତାରିଖରେ ବିବାହ ପାଇଁ ପଞ୍ଜୀକରଣ ଆବେଦନ କରିଛନ୍ତି। ଆବେଦନର ମାସକ ପରେ ଓ ୩ ମାସ ପୂର୍ବରୁ ହାଜର ହେବାକୁ ପଡ଼ିବ। ୩ ଜଣ ସାକ୍ଷୀଙ୍କ ସହ ଉଭୟ ବର ଏବଂ କନ୍ୟା ହାଜର ହେବେ। ଯଦି କିଛି ଅଭିଯୋଗ ଆସେ ତେବେ ତାର ଶୁଣାଣି କରାଯିବ। ଏ ଯାଏ କିଛି ଅଭିଯୋଗ ଆସି ନ ଥିବା ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ପ୍ରେମିକା ସୋମାଲିକାଙ୍କ ସହିତ ବିବାଦ ତୁଟି ନଥିବା ବେଳେ ବିଜୟ ଶଙ୍କର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ନିମନ୍ତେ କଟକ ସବ ରେଜିଷ୍ଟରଙ୍କ ନିକଟରେ ଆବେଦନ କରିଛନ୍ତି । ବିଜୟ ଶଙ୍କର ଯେଉଁ ଯୁବତୀଙ୍କୁ ବିବାହ କରିବା ପାଇଁ ଆବେଦନ କରିଛନ୍ତି ପୂର୍ବରୁ ସୋମାଲିକା ମଧ୍ୟ ସେଇ ଯୁବତୀଙ୍କ କଥା ଉଠାଇଥିଲେ।

ତାଙ୍କର ପୂର୍ବତନ ପ୍ରେମିକା ସୋମାଲିକା ଦାସଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ବିବାଦ ଲାଗି ରହିଛି। ଏହାକୁ ନେଇ ସୋମାଲିକା ଜଗତସିଂହପୁର ଥାନାରେ ଏତଲା ଦେବା ସହ ହାଇକୋର୍ଟଙ୍କ ମଧ୍ୟ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରୁ ବିଜୟ ଶଙ୍କରଙ୍କୁ କୌଣସି କ୍ଲିନ ଚିଟ୍ ମିଳିନାହିଁ।