Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ଅଦଳ ବଦଳ ଘଟଣାରେରେ ମୁହାଁମୁହିଁ କ୍ୟାପିଟାଲ୍ସ ହସ୍ପିଟାଲ୍ କର୍ତ୍ତୃପକ୍ଷ ଓ ଅଭିଯୋଗକାରୀ

ଭୁବନେଶ୍ଵର: କ୍ୟାପିଟାଲ୍ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣାରେ ଡିଏନଏ ରିପୋର୍ଟ ଆସିବା ପରେ ବି ବିବାଦ ଥମିବାର ନାଁ ନେଉ ନାହିଁ। ଡିଏନଏ ରିପୋର୍ଟରେ ପୁଅ ନୁହେଁ ମହିଳା ଝିଅ ଜନ୍ମ ଦେଇଥିବା ସ୍ପଷ୍ଟ ହୋଇଥିଲା। ହେଲେ ଏବେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଓ ଅଭିଯୋଗକାରୀ ମୁହାଁମୁହିଁ ହୋଇଛନ୍ତି

କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ କହିଛନ୍ତି ଜଣେ ଲୋକଙ୍କ ହୀନ ମାନସିକତା ପାଇଁ ହସ୍ପିଟାଲ୍ ବଦନାମ ହେଲା। ସେ କହିଛନ୍ତି, ପୋଲିସଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ବରବାଦ ହେଲା। ଏଭଳି ଲୋକ ବିରୋଧରେ ଆଏଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ। କେନ୍ଦ୍ରାପଡ଼ାର ପ୍ରାଣକୃଷ୍ଣ ବିଶ୍ଵାଳ ଶିଶୁ ବଦଳ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକ୍ରମରେ କ୍ୟାପିଟାଲ୍ ହସ୍ପିଟାଲରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମରେ ଡିଏନଏ ଟେଷ୍ଟ କରାଯାଇଥିଲା।

ଅଭିଯୋଗକାରିଣୀ ପ୍ରାଣକୃଷ୍ଣ ବିଶ୍ଵାଳ କହିଛନ୍ତି ଯେ, ମୁଁ ମିଛରେ ଅଭିଯୋଗ କରି ନ ଥିଲି, ତାଙ୍କ ଷ୍ଟାଫ ମୋତେ କହିଥିଲେ। ତାଙ୍କ ଷ୍ଟାଫ ଭୁଲ୍ କରିଥିବାରୁ ତାକୁ ସେମାନେ ସସପେଣ୍ଡ ହେଲେ। ମୁଁ ୧୨ ଦିନ କାଳ ଏଠି ପଡ଼ି ରହିଲି, ମୋ ସମୟ ବରବାଦ ହେଲା। ସେ କଣ ମୋ ନାଁରେ କେସ୍କ କରିବେ, ମୁଁ ତାଙ୍କ ନାଁରେ କେସ୍ କରିବି। ହସ୍ପିଟାଲ୍ ନାଁରେ ମାନହାନୀ କେସ୍ କରିବେ ବୋଲି ପ୍ରାଣକୃଷ୍ଣ ବିଶ୍ଵାଳ କହିଛନ୍ତି।

ସୂଚନାଯୋଗ୍ୟ, ଝିଅ ହୋଇଥିବା କଥା ମା’ ମାନୁଥିବା ବେଳେ ବାପା ମାନିବାକୁ ନାରାଜ ଥିଲେ। ଘଟଣାରେ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ କରିଥିଲେ। କାର୍ଯ୍ୟରେ ଅବହେଳା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ମହିଳା ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରିଥିଲେ।