Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କ୍ରବ ଟାଇଫସ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା, ୦୬/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସ୍ଥିତ ତାରିଣୀ ପଡା ସ୍ଥିତ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ସ୍କ୍ରବ ଟାଇଫସ କୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ କରୋନା କାଳରେ ଉତ୍କୃଷ୍ଟ ସେବା ଯୋଗାଇ ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଥିବା ଲୋକପ୍ରିୟ ଡ଼ା ପୂର୍ଣ୍ଣଚନ୍ଦ୍ର ପଣ୍ଡା ସ୍କ୍ରବ ଟାଇଫସ ରୁ କେମିତି ସୁରକ୍ଷିତ ରହିବେ ସେ ବିଷୟରେ ବିକ୍ଷିପ୍ତ ଆଲୋଚନା କରିଥିଲେ ।ଏଥିସହ ସ୍କ୍ରବ ଟାଇଫସ ର ସଂକ୍ରମିତ ହେଲେ ପ୍ରାଥମିକ ଅବସ୍ଥାରେ ଏହାର ଚିକିତ୍ସା ସରଳ ଏବଂ ଫଳପ୍ରଦ ଯାହାକି ସମସ୍ତ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା କରାଯାଉଛି ।ଡ଼ା ପଣ୍ଡା ଙ୍କ ଉପବୋଧନ ଶୈଳୀ ସମସ୍ତଙ୍କୁ ଆକର୍ଷଣ କରିଥିଲା । ଅନୁଷ୍ଠାନ ର ପ୍ରତିଷ୍ଠାତା ଡ଼.ଶିବରାମ ନାୟେକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ସାରଥୀ ସ୍କିଲ ସୋସାଇଟ ର ସମ୍ପାଦକ ଅମିତ କୁମାର ଜୟିସୁଆଲ,ଫାର୍ମାସିଷ୍ଟ ଟିକେମଣି ସବର,ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।