Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ବିକାଶ ଉଇସଡ଼ମ ପାର୍କରେ ଏଥେଲେଟ ମିଟ -୨୦୨୩ ଅନୁଷ୍ଠିତ ।

କଳାହାଣ୍ଡି:୦୭/୧୦ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟରେ ଦୀର୍ଘ ଦୁଇ ଦିନ ଧରି ପ୍ରି ପ୍ରାଇମେରୀ ସ୍ତରରେ ଏଥେଲେଟ ମିଟ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଶ୍ରୀମତୀ ଅଳକାନନ୍ଦା ସାହୁ ଡି ଏସ ପି , ଭବାନୀପାଟଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଦ୍ଵିତୀୟ ଦିବସ ତଥା ଉଦଯାପନୀ ଉତ୍ସବରେ ଶ୍ରୀଯୁକ୍ତ ଉପେନ୍ଦ୍ର ଲୁହା ତହସିଲଦାର ଭବାନୀପାଟଣା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ରାମ କୁମାର, ଏକାଡେମୀକ ଇନ୍ ଚାର୍ଜ ଶ୍ରୀମତୀ ଡି.ବିଜୟା , ବିକାଶ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଛାତ୍ର ଛାତ୍ରୀ ମାନେ ୨୦ ମିଟର ଓ ୩୦ ମିଟର ରେସ , ଫ୍ରଗ ରେସ , ଏଲିଫେଣ୍ଟ ରେସ, ସେକ୍ ରେସ ଆଦି ପର୍ଯ୍ୟାୟରେ ଭାଗ ନେଇଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଭାବକ ମାନେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅନିତା ପାତ୍ର ଓ ଲିପ୍ସାରାଣୀ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମଟିକୁ ସାଫଲ୍ୟ କରିବାରେ କ୍ରୀଡା ଶିକ୍ଷକ ମାନେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ଓ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା।