Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନଏମଓପିଏସ ଶିକ୍ଷକ ସଂଘ ର ନୂତନ କର୍ମକର୍ତ୍ତା ମନୋନୀତ,ଦାବି କୁ କ୍ରିୟାଶୀଳ କରିବାକୁ ଆହ୍ୱାନ।

କଳାହାଣ୍ଡି;୦୭/୧୦ କଳାହାଣ୍ଡି ଜିଲ୍ଲା ଜୟପାଟଣା ଉମା ଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ଏନଏମଓପିଏସ କମିଟି ଗଠନ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଏନଏମଓପିଏସ ସଭାପତି ସାମନ୍ତ କୁମାର ପଟ୍ଟଯୋଷୀ ସମ୍ପାଦକ ଲଳିତ କୁମାର ନାଏକ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ମୋହନ ଯୋଷୀ, ଉପସଭାପତି ଚିତ୍ତ ରଞ୍ଜନ ଦଳପତି , କଲମପୁର ପର୍ଯ୍ୟବେକ୍ଷକ ସଞ୍ଜୟ ପଣ୍ଡା , ପ୍ରଧାନ ଶିକ୍ଷକ ବିକ୍ରମ ସିଂହ ମାଝୀ,ଜିଲ୍ଲା ସହ କୋଷାଧ୍ୟକ୍ଷ ମାନସ ରଞ୍ଜନ ପଣ୍ଡା,ବରିଷ୍ଟ ଶିକ୍ଷକ ଶ୍ରୀ ଦିବାକର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ୨୦୦୫ ପରେ ନିଯୁକ୍ତ ପାଇଥିବା ଶତାଧିକ କର୍ମଚାରୀ ଉପସ୍ଥିତ ହୋଇ ଗୋଟିଏ ପ୍ରସଙ୍ଗ ପୁରାତନ ପେନସନ ପୁନଃ ପ୍ରଚଳନ ପାଇଁ ଆନ୍ଦୋଳନ କରିବା ପାଇଁ ନିଷ୍ପତି ନିଆଯାଇଛି। ସେଥିପାଇଁ ତୃଣମୂଳ ସ୍ତରରେ ସଂଗଠନ କିପରି ମଜବୁତ୍ କରିବା ତାହା ଉପରେ ଶୀର୍ଷ ନେତୃତ୍ଵ ସମୂହ ନିଜ ନିଜ ମତାମତ ପ୍ରଦାନ କରିଥିଲେ। ବୈଠକରେ ସର୍ବସମ୍ମତି କ୍ରମେ ରାମ ସିଂ ରାଓ ଙ୍କୁ ବ୍ଲକ ସଭାପତି, ପ୍ରମୋଦ କୁମାର ଠାକୁରଙ୍କୁ ସମ୍ପାଦକ, କୋଷାଧ୍ୟକ୍ଷ ଭାବେ ଦେବେନ୍ଦ୍ର ରାଉତ, ଉପ-ସଭାପତି ଭାବେ ଗିରିଶ କୁମାର ପଟେଲ,ମିଡିଆ ସଂଯୋଜକ ଭାବେ ଅମୂଲ୍ୟ କୁମାର ସାହୁଓ ମନ ଶବରଙ୍କୁ ମନୋନୀତ କରା ଯାଇଥିଲା। ବୈଠକରେ ରମାକାନ୍ତ ମାଝୀ,ତାପସ ପଣ୍ଡା,ଗୋବର୍ଦ୍ଧନ ବିଶ୍ଵାଳ, ଗୁଣନିଧି ସିଂହ, ସଞ୍ଜୟ ପାଣିଗ୍ରାହୀ, କୌଶିକ ଶବର,ରଶ୍ମିତା ବେହେରା, ରୀତାଞ୍ଜଳି ମାଝୀ, ଅଶୋକ ମୁଣ୍ଡ,ଭବାନୀ ପଣ୍ଡା,ଶ୍ରୀକାନ୍ତ ଦଳପତି ପ୍ରମୁଖ ତଥା ବିଭିନ୍ନ ବିଭାଗରେ ନିୟମିତ କାର୍ଯ୍ୟରତ ଅନେକ ନୂତନ ପେନସନ ଭୋଗୀ କର୍ମଚାରୀ ଉପସ୍ଥିତ ଥିଲେ। ସଭାକାର୍ଯ୍ୟକୁ ଅନନ୍ତ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ସିଦ୍ଧାର୍ଥ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।