Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରଶାସନିକସ୍ତରରେ ବଡ଼ ଧରଣର ଅଦଳବଦଳ, ବିଷ୍ଣୁପଦ ସେଠୀ ହେଲେ ଏହି ବିଭାଗର ପ୍ରମୁଖ ସଚିବ

ଭୁବନେଶ୍ଵର: ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ବିଷ୍ଣୁପଦ ସେଠୀଙ୍କୁ ପ୍ରମୁଖ ସଚିବ ପଦରେ ନିଯୁକ୍ତ କରାଯାଇଛି। ତାଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ଵ ଦିଆଯାଇଛି।

ସେହିପରି ଭାସ୍କର ଜ୍ୟୋତି ଶର୍ମାଙ୍କୁ ଲ୍ୟାଣ୍ଡ ରେକର୍ଡ ଓ ସେଟଲମେଣ୍ଟ କମିଶନର ଏବଂ ବି ପରମେଶ୍ଵରନ ଚକବନ୍ଦୀ କମିଶନର ଦାୟିତ୍ଵ ଦିଆଯାଇଛି। ଜ୍ୟୋତି ପ୍ରକାଶ ଦାସଙ୍କୁ ପଞ୍ଚାୟତିରାଜ ନିର୍ଦ୍ଦେଶକ, ଅରିନ୍ଦମ ଡାକୁଆଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଇନ୍ଦ୍ରମଣି ତ୍ରିପାଠୀ ଏସସି ଓ ଏସଟି ବିଭାଗର ନିର୍ଦ୍ଦେଶଶକ ଓ ସୁବ୍ରତ ଶତପଥୀଙ୍କୁ ଆଇଜିଆର୍ ଭାବେ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଛି। ରାମାଶିଷ ହାଜରାଙ୍କୁ BSE ସଭାପତି ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

More Stories