Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସ ଷ୍ଟାଣ୍ଡ ଦୁର୍ଗା ପୂଜା ପାଇଁ ଜୋରଦାର ପ୍ରସ୍ତୁତି

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବସଷ୍ଟାଣ୍ଡଦୁର୍ଗା ପୂଜା ପକ୍ଷରୁ ଅଗମୀ ଦୁର୍ଗାପୂଜା ପାଇଁ ଜୋରଦାର ପ୍ରସ୍ତୁତି କରାଯାଉଛି। ଚଳିତ ବର୍ଷ ବହୁ ଧୁମ ଧାମ ରେ ମାଁ ଙ୍କ ପୂଜା କରାଯିବ ବୋଲି ବସଷ୍ଟାଣ୍ଡଦୁର୍ଗାପୂଜା କମିଟି ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଦୁର୍ଗା ପୂଜା ମେଢ଼ ବହୁ ସୁନ୍ଦର ହେବ ବୋଲି କମିଟି ପ୍ରକାଶ କରିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରେଙ୍ଗାଲି ରେ ପୂଜା କମିଟି ପକ୍ଷରୁ ରାମଲୀଳା ର ଆୟୋଜନ କରାଯାଇଛି। ଅକ୍ଟୋବର21 ତାରିଖ ରୁ ଅକ୍ଟୋବର24 ତାରିଖ ପର୍ଯ୍ୟନ୍ତ ରେଙ୍ଗାଲି ବସଷ୍ଟାଣ୍ଡଦୁର୍ଗା ପୂଜା କମିଟି ପକ୍ଷରୁ ରାମଲୀଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବସଷ୍ଟାଣ୍ଡଦୁର୍ଗା ପୂଜା କମିଟି ପକ୍ଷରୁ ରାବଣ ପୋଡି ବହୁ ଜୋରଦାର କରାଯିବ। ଚଳିତ ବର୍ଷ ସନ୍ତୋଷ ବର୍ମା କମିଟି ର ସଭାପତି ହୋଇଥିବା ବେଳେ ମନୀଷ ସିଂ ଉପ ସଭାପତି, ତାରାକାନ୍ତ ପଟ୍ଟନାୟକ ସମ୍ପାଦକ ଓ ଚନ୍ଦନ ମାହାଣା କୋଷାଧ୍ୟକ୍ଷ ହୋଇଛନ୍ତି।