Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ହଜାର ହଜାର ପରିବାର

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌ ଜଳଯୋଗାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ରାଜ୍ୟର ନୂଆ ୫ଟି ସହର ଏବଂ ଅନ୍ୟ ୧୩ ସହରର ୧୪୯ଟି ଓ୍ଵାର୍ଡରେ ଆରମ୍ଭ ହୋଇଛି । ଓଡ଼ିଶାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ୩ ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଅାରେ ଏହାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ କଲେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟବାସୀଙ୍କୁ ଭଲ ପିଇବା ପାଣି ଯୋଗାଇବା ଆମର ଲକ୍ଷ୍ୟ। ୫ଟି ସହର ପାଇଁ ପ୍ରକଳ୍ପ ଉଦଘାଟନ କରି ମୁଁ ବହୁତ ଖୁସି। ସେହି ୫ଟି ସହର ହେଲା ନିମାପଡ଼ା, ଚମ୍ପୁଆ, ରାଇରଙ୍ଗପୁର, ରାଜଗାଙ୍ଗପୁର ଓ ବୀରମିତ୍ରପୁର। ଏହି ଯୋଜନାରେ ୩୦ହଜାର ପରିବାର ଉପକୃତ ହେବେ। ଉଲ୍ଲେଖନୀୟ ଦେଶର ପ୍ରଥମ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ରାଜ୍ୟ ହେଉଛି ଓଡ଼ିଶା।