ନାବାଳିକା ଙ୍କୁ ଗଣଦୁଷ୍କର୍ମ। ନାବାଳକ ସମେତ 4 ଗିରଫ


ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନ ଅନ୍ତର୍ଗତ ଚାର ପଡା ରେ ଜଣେ ନାବାଳିକା ଙ୍କ ସହ ଗଣଦୁଷ୍କର୍ମ ହୋଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ରେଙ୍ଗାଲି ଥାନ ଅନ୍ତର୍ଗତ ଚାର ପଡା ରେ ଜଣେ ନାବାଳିକା ଙ୍କୁ 4 ଜଣ ଗଣଦୁଷ୍କର୍ମ କରିଥିଲେ। ନାବାଳିକା ଜଣଙ୍କ ରେଙ୍ଗାଲି ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ଗଣ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। ଏହି ମାମଲା ରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ମାନେ ଚାର ପଡା ର ବିରେନ୍ଦ୍ର ମୁଣ୍ଡା , ସମାରୁ ଓରାମ, ବଘିଆ ର ସୁରଜ ଓରାମ ଓ ଜଣେ ନାବାଳକ। ନାବାଳକ କୁ ବାଳ ସୁଧାର ଗୃହ କୁ ପଠା ଯାଇଥିବା ବେଳେ ଅନ୍ୟ 3 ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।