Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ତୋର ସାହାରା ପକ୍ଷରୁ ନୂଆଖାଇ ଦ୍ଵିଦିବସିୟ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ପୁରୁଣାଥାନା ପଡିଆରେ ‘ମା” ତୋର ସାହାରା’ ପକ୍ଷରୁ ଦୁଇ ଦିନିଆ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନ ଉଦଘାଟନୀ ଉସବ ପ୍ରଥମ ଦିନ ସନ୍ଧ୍ୟାରେ ମା” ସମକେଇଙ୍କ ପ୍ରତିମୂର୍ତ୍ତି ଙ୍କୁ ଗାଁ ପରିଭ୍ରମଣ କରାଯାଇଥିଲା। ଅନୁଷ୍ଠାନ ସଭାପତି ଆକାଶ ପଟ୍ଟନାୟକ, ସମ୍ପାଦକ ଅଭିନାସ ପ୍ରସାଦ ଦାନି, ପ୍ରିତମ କୁମାର ଦାନୀ, ଜଗନ୍ନାଥ ସାହୁ, ଆଶିଷ ଦାନୀଙ୍କ ସମେତ ଜମନକିରା ଗାଁ ଗୌନ୍ତିଆ ହେମନ୍ତ କୁମାର ପଟେଲଙ୍କ ସମେତ ଶହ ଶହ ଗ୍ରାମବାସୀ ପରିକ୍ରମା କରିଥିଲେ। ସନ୍ଧ୍ୟା ୭ଟାରେ ମୁଖ୍ୟ ଅତିଥଭାବେ କୁଚିଣ୍ଡା ବିଧାୟକ କିଶୋଚନ୍ଦ୍ର ନାଏକ ଯୋଗଦେଇ ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଗାଁ ଗୌନ୍ତିଆ ହେମନ୍ତ ପଟେଲ, ଗୋକୁଲାନନ୍ଦ ଦାନୀ, ଆଦିପ୍ରସାଦ ମହାକୁଳ, କଞ୍ଜନ ଜୟପୁରିଆ, ସୁଜାତା ଖୁଣ୍ଟିଆ, ନନ୍ଦଲାଲ ସାହୁ, ନାରାୟଣ ସାହୁ, ସ୍ନେହାଶିଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ହୋଇଥିଲେ। ସର୍ବ ପ୍ରଥମେ ଦୀପ ପ୍ରଜ୍ଜଳନ କରାଯିବା ପରେ ମା” ସମଲେସ୍ୱରୀଙ୍କ ଫଟୋ ଚିତ୍ରରେ ମାଲ୍ୟାପ୍ରଣ କରି ଭୋଗ ଅର୍ପଣ କରି ରୀତିନୀିରେ ମଞ୍ଚଷିନ ଅତିଥି ମାନେ ଏକା ସାଙ୍ଗରେ ନୁଆ ଖାଇ ପ୍ରସାଦ ସେବନ କରିଥିଲେ। ପରେ ଛୋଟ ବଡ଼ ଶିଶୁ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଦ୍ବିତୀୟ ଦିନ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଝାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୁଚିଣ୍ଡା ଉପଜିଲ୍ଲପାଳ ବିଭୂତି ଭୂଷଣ ନାଏକ, ପୂର୍ବତନ ବିଧାୟକ ରବିନାରୟଣ ନାଏକ, ଜମନକିରା ଥାନା ଅଧିକାରୀ ପଦ୍ମାଳୟା ସାହୁ, ଜମନକିରା ବ୍ଲକ ବିଜେଡି ସଭାପତି ଆଦିପ୍ରସାଦ ମହାକୁଳ, ଗାଁ ଗୌନ୍ତିଆ ହେମନ୍ତ କୁମାର ପଟେଲ ଯୋଗ ଦେଇଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଜମନକିରା ଜନସାଧରଣଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ଯେପରି କି ରକଷ୍ଟାର ରିଦମ୍ ଗ୍ରୁପ ନିବାସ, ବିନକା ର ଗୋପାଳ ପଣ୍ଡା କଂସ ଅଭିନୟ ମୁଖ୍ୟ ଆକର୍ଷଣ ଥିଲା l ସେହିପରି ଅଞ୍ଚଳର ଅନେକ କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଜମନକିରା ହାଇସ୍କୁଲ ୨୦୦୬ ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ସହ ରାଜିବ ସାହୁ, ଧରଣୀ ଧର ଭୋଇ ସୁଦାମ ସାହୁ ଆମର ସାହୁ ପ୍ରମୁଖ ସହଯୋଗ କରିଥିଲେ। ସବା ଶେଷରେ ସଭାପତି ଆକାଶ ପଟ୍ଟନାୟକ ମା ତୋର ସହାରା ପରିବାରର ପରାମର୍ଶ ଦାତା ତଥା ମୁଖ୍ୟ ସହଯୋଗୀଙ୍କ ସହ ଅନ୍ୟ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ରାଜୀବ ସାହୁ, ଆଶିଷ ଦାନୀ, ସାଗର ଗୁପ୍ତା, ପ୍ରକାଶ ସାହୁ, ସୁଦାମ ସାହୁ, ଧରଣୀ ଧର ଭୋଇ, ସଜନ ବେହେରା, ସୁଜିତ୍ ହୋତା, ମଥୁଲ ନାଏକ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ କୁ ସ୍ପୋନଶୋର୍ଡ ଭାବେ ଦାନୀ ଟ୍ରେଡରସ୍, ପୋପୁଲାର ମୋବାଇଲ, କେଜିଏନ୍ ମୋବାଇଲ ଏବଂ ଶୈଳେଶ ଦାନୀ ପ୍ରମୁଖଙ୍କ ଥିଲେ।