Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ସାମ୍ବାଦିକ କ୍ଷୀରୋଦ ମଙ୍ଗରାଜଙ୍କ ବିୟୋଗରେ ଭବନୀପାଟଣା ଅମଲା ଭବନଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

ଭବାନୀପାଟଣା, ୧୦/୧୦ (ଜଗନ୍ନାଥ ନାଏକ) : ଯୁବ ସାମ୍ବାଦିକ କ୍ଷୀରୋଦ ମଙ୍ଗରାଜ ଙ୍କ ଅକାଳ ବିୟୋଗ ଯୋଗୁ କଳାହାଣ୍ଡି ସାମ୍ବାଦିକ ସମୁହଙ୍କ ତରଫର ରୁ ସ୍ଥାନୀୟ ଅମଲା ଭବନ ଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି.ଏହି ସଭାର ଆୟୋଜକ ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର, ବରିଷ୍ଠ ସାମ୍ବାଦିକ ନାରାୟଣ ନାୟକ, ସମାଜ ସେବୀ ରୂପ କେଶରୀ ଦଳାଇ ପ୍ରମୁଖ ମଂଚାସୀନ ହୋଇ ସ୍ବର୍ଗତ କ୍ଷୀରୋଦଙ୍କ ସ୍ମୁତି ଚାରଣ କରିଥିଲେ. ସାମ୍ବାଦିକ ସାରଦା ପ୍ରସାଦ ମହାନ୍ତି, ବରିଷ୍ଠ ସାମ୍ବାଦିକ ସନ୍ତୋଷ ପ୍ରଧାନ, ଯୁବ ସାମ୍ବାଦିକ ଜଗନ୍ନାଥ ନାଏକ, ଅମୀୟ ସାହୁ,ମଧୁ ସୁଦନ ମହାପାତ୍ର,ବିକାଶ ଷଡ଼ଙ୍ଗୀ, ନୀଳମଣି ମଙ୍ଗରାଜ ,ପୂର୍ଣ୍ଣ ଚନ୍ଦ୍ର ପଟନାୟକ, ବିରଞ୍ଚି ଯୋଶୀ, ରମେଶ ଅଗ୍ରୱାଲ, ଛାୟାକାନ୍ତ ନାୟକ, ରାଜେନ୍ଦ୍ର ମିଶ୍ର, ସଞ୍ଜୟ ସିଂହ, ଚିନି କ୍ରିଷ୍ଣା ଆଚାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଦେବା ସହ ସ୍ମୃତୀ ଚାରଣ କରିଥିଲେ ।