Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଝୀଗୁଡା ରେ ନୂଆଁଖାଇ ଭେଟ, ଲୋକକଳା ରେ ଦୁଲୁକିଲା ମଞ୍ଚ।

କୋକସରା:୧୧/୧୦ କୋକସରା ବ୍ଲକ ମାଝୀଗୁଡା।ପଞ୍ଚାୟତ ମାଝୀଗୁଡା ଠାରେ ଶ୍ରୀ ବର୍ଶାଲ ମାଝୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ର ସଭାପତି ଭୁଜରାଜ ବାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗଦେଇ ନିଜ ଗାଁ ରେ ନୂଆଁଖାଇ ପାଳନ କରିବା ର ଅନୁଭୂତି ନିଆଁରା ଗାଁ ର ମାଟି ପାଣି ପବନ ସହ ଆମେ ଜଡିତ, ଏଣୁ ମାଟି ର ମହକ ର ପର୍ଵ ନୂଆଁଖାଇ ଭାଇଚାରା କୁ ଉଜ୍ଜୀବିତ କରୁ ବୋଳି କହିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ଚନାବେଡା ମହାବିଦ୍ୟାଳୟ ଦ୍ଵାରିକା ନାଥ ବାଗ, ପଞ୍ଚକ ପୋଢ଼, ଧବଳେଶ୍ବର ନାଗ, ଧନସିଂ ବାଗ, ଦୁର୍ଗା ନାଏକ ଘନଶ୍ୟାମ ନାଏକ, ଗ୍ରାମ୍ୟ ପୁଜକ ନୀଳ ପୁଝାରି ମଞ୍ଚ ରେ ଉପସ୍ଥିତ ରହି ନୂଆଁଖାଇ ହେଉଛି ଅର୍ଣ୍ଣଦାତା ଙ୍କ ପାଇଁ ସମର୍ପଣ ର ପର୍ଵ ଆମ ଭିତରେ ସବୁଦିନ ଭାଇଚାରା ଏମିତି ରହିଥାଉ ବୋଳି କହିଛନ୍ତି। ପରେ ମାଝୀଗୁଡା ର ପରମ୍ପରା ସହ ଜଡିତ ବନାବାଡି, ବିରବାଦ୍ୟ ଘୁମୁରା କଳାକାର ମାନେ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ର ଆବାହକ ଚୈତନ୍ୟ ପାଣିଗ୍ରାହୀ, ମୁକ୍ତେଶ୍ଵର ପୁଞ୍ଜି, ମାନିରାମ ପୋଢ଼, ରମେଶ ଚନ୍ଦ୍ର ଦୁର୍ଗା, ଚତୁର ବାଗ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।