Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନ ଶକ୍ତି ମହିଳା କର୍ମଚାରୀ ଙ୍କୁ ସ୍କୁଟର ପ୍ରଦାନ, କ୍ରିୟାଶୀଳ ହେବେ କର୍ମଚାରୀ।

କୋକସରା:୧୧/୧୦ ମହିଳା ସସକ୍ତିକରଣ ରେ ଯୋଡ଼ିହେଲା ଆଉ ଏକ ନୂଆ ଫର୍ଦ୍ଦ,ମିଶନ ଶକ୍ତି ରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ।ବୁଧବାର ଲୋକସେବା ଭବନ ରୁ ଭିଡ଼ିଓ କନ୍ଫରେନ୍ସ ରେ ରାଜ୍ୟର ୧୫ ହଜାର ମହିଳା କର୍ମଚାରୀ ଙ୍କୁ ସ୍କୁଟର ପ୍ରଦାନ କରାଯାଇଛି। କୋକସରା ବ୍ଲକ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଡ଼ିଓ ଉତ୍ତମ କୁମାର ବାଗ ଙ୍କ ସଭାପତିତ୍ୱ ରେ ଭିଡ଼ିଓ କନ୍ଫରେନ୍ସ ହଲ ରେ ମିଶନ ଶକ୍ତି ରେ କାର୍ଯ୍ୟରତ ମହିଳା କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କ ଏହି ଯୋଜନା ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।।ଧର୍ମଗଡ଼ ବିଧାୟକ ମୋୖଷଧି ବାଗ କୋକସରା ବ୍ଲକ ପରିସରରେ ମିଶନ ଶକ୍ତି ର ମହିଳା କର୍ମଚାରୀ ଙ୍କୁ ସ୍କୁଟର ବଣ୍ଟନ କରିଥିଲେ। ଏହି ଅବସର ରେ କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଇନ୍ଦ୍ରମଣି ଧ. ମାଝୀ, ସିଡିପିଓ ସରୋଜା ଲତା ଦେଇ, ସମିତି ସଭ୍ୟ ଘନଶ୍ୟାମ ନାଏକ, ଗଜାନନ ନିଆଲ, ଓ ମିଶନ ଶକ୍ତି କାର୍ଯ୍ୟାଳୟ ର ବିପିଏମ ସୁରେଶ ରାଉତ, ବିଏଲସି, ଓଏଲଏମ, ବିପିସି,ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।। ବ୍ଲକ ର ମୋଟ ୧୨ ଜଣ ମହିଳା କର୍ମଚାରୀ ଙ୍କୁ ଏହି ଯୋଜନାରେ ସ୍କୁଟର ପ୍ରଦାନ କରାଯାଇଛି।