Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡିଆବାହାଲରେ ବିଜେଡିର ସ୍ୱଚ୍ଛତା କାର୍ଯ୍ଯକ୍ରମ

ସମ୍ବଲପୁର (ପଡିଆବାହାଲ):ବିଜେଡିର ଲୋକ ସଂପର୍କ କାର୍ଯ୍ୟକ୍ରମ ଅବସରରେ ବୁଧବାର ଦିନ ଦଳ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ହାତକୁ ନେଇ ପଡିଆବାହାଲ ବଜାରକୁ ସଫେଇ କରାଯାଇଥିଲା।
ସ୍ଥାନୀୟ ହସପିଟାଲ ଠାରୁ ଆରମ୍ଭକରି ଦୂର୍ଗା ମଣ୍ଡପ ଯାଏ ହୋଇଥିବା ସଫେଇ ଅଭିଯାନର ସମଗ୍ର ଯୁଯୋମୁରା ବ୍ଲକରୁ ଦଳିୟ କର୍ମୀ ଓ ନେତା ମାନେ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ବ୍ଲକ ସଭାପତି ବିନୋଦ ବଡପଣ୍ଡା,ଜିଲ୍ଲା ପରିଷଦ-୧ ସଦସ୍ୟା କବିତା ସାହୁ, ଯୁଯୋମୁରା ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବିଜେଡି ଜିଲ୍ଲା ସଂପାଦକ ଶରତ ସାହୁ,ଯୁବ ସଂପାଦକ ସୁଶିଲ ବେହେରା,ବାହାମ ପୁର୍ବତନ ସମିତି ସଭ୍ୟ ହରିହର ନାୟକ,ଝସକେତନ ନାୟକ,କୁକୁଡାପାଲି ପଞ୍ଚାୟତ ସଭାପତି କୈଳାଶ ବିଶ୍ୱାଲ, ଡଙ୍ଗରପଡା ସଭାପତି ପ୍ରତାପ ନାୟକ, ଆଶୁତୋଷ ପଣ୍ଡା,ପ୍ରମୋଦ ମିର୍ଦ୍ଧା, ଘେନୁପାଲି ସଭାପତି ଅନ୍ନ ବେହେରା, ଆକାଶ ନାୟକ,ଜୟନ୍ତପୁର ସଭାପତି ଗଣେଷ ତାଣ୍ଡିଆ,କବରାପଲି ସଭାପତି ହେମନ୍ତ ସାହୁ,ରସାନନ୍ଦ ନାଏକ,ପ୍ରବୀଣ ସୂପକାର,ଜୀତେନ ବଢାଇ,ନରେନ୍ଦ୍ର ସାହୁ,ଶିବ ମହାକୁଡ ପ୍ରମୂଖ ନେତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ।