Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଝୀଗୁଡା ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଆଥଲେଟିକ୍ସ ମିଟ୍ କ୍ରୀଡା ଉତ୍ସଵ ଅନୁଷ୍ଠିତ।

କୋକସରା; କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀ ଙ୍କୁ ପାରଦର୍ଶିତା ପାଇଁ ପ୍ରତିବର୍ଷ ଆଥଲେଟିକ୍ସ ମିଟ କ୍ରୀଡା ଉତ୍ସଵ କାର୍ଯ୍ୟକ୍ରମ ପ୍ରତି ବ୍ଲକ ରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଆୟୋଜିତ ହେଉଥିବା ବେଳେ ଶୁକ୍ରବାର କୋକସରା ବ୍ଲକ ଅନ୍ତର୍ଗତ ମାଝୀଗୁଡା ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ଯାଳୟରେ ବ୍ଲକ ସ୍ତରୀୟ ଆଥଲେଟିକ୍ସ ମିଟ୍- ୨୦୨୩/୨୪ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇ ପ୍ରଥମେ କ୍ରୀଡା ପତାକା ଉତ୍ତୋଳନ କରିବା ପରେ ଆଥଲେଟିକ୍ସ ମିଟ୍ କୁ ଉଦଘାଟନ କରିଥିଲେ ଓ କେବଳ ପାଠ ନୁହେଁ କ୍ରୀଡା କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ଅର୍ଜନ କରିବାକୁ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଖେଳ ଶିକ୍ଷକ ସୁଧୀର ପଣ୍ଡା, ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଧବଳେଶ୍ବର ନାଗ ଯୋଗ ଦେଇଥିବା ବେଳେ ଏହି ଆଥଲେଟିକ୍ସ ମିଟ୍ ରେ ବ୍ଲକ ର ୨୦ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ କ୍ରୀଡା କୁ ଜବାହାର ଉଚ୍ଚ ବିଦ୍ୟାଳୟ ର ନୋଡାଲ ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି, ଶଙ୍କର ପୋଢ଼, ସୁଧୀର ପଣ୍ଡା, ଉତ୍ତମ ସାହୁ, ଦିପ୍ତୀ ରଞ୍ଜନ ଠାକୁର, ସମିର ପଣ୍ଡା, ରାଧାକାନ୍ତ ପଟ୍ଟନାୟକ, କିଶନଲାଳ ଧ. ମାଝୀ, ଅଜିତ କୁମାର ମେହେର,ଭବାନୀ ଶଙ୍କର ଶବର, ଜିତୁ ମାଝୀ ପ୍ରମୁଖ ପରିଚାଳନା କରିଥିଲେ। ଉଦଯାପିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଇଓ ରଶ୍ମିତା ନେତମ,ମୁଖ୍ୟ ବକ୍ତା ପ୍ରଧାନ ଶିକ୍ଷକ କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ସୁଧୀର କୁମାର ପଣ୍ଡା,ସମ୍ମାନିତ ଅତିଥି ପ୍ରଧାନ ଶିକ୍ଷକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ଅଶୋକ କୁମାର ଦାସ, ପ୍ରତାପ କିଶୋର ମହାନ୍ତି,ସ୍କୁଲ କମିଟିର ସଦସ୍ୟ ପଞ୍ଚକ ପୋଢ଼, ସହ ଶିକ୍ଷକ ମୃତୁଞ୍ଜୟ ପଣ୍ଡା ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ ସାମନ୍ତ କୁମାର ପାଟଯୋଶୀ ମଞ୍ଚ ସଂଯୋଜନା କରିଥିଲେ । ୨୦ ଉଚ୍ଚ ବିଦ୍ୟାଳୟ ର ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।