Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଟିଉସନ ସାରି ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ, ୩ ଛାତ୍ରଙ୍କ ମୃତ୍ୟୁ

ବାଙ୍କୀ: କଟକ ଜିଲ୍ଲାର ବାଙ୍କୀରେ ଶନିବାର ପୂର୍ବାହ୍ଣ ପ୍ରାୟ ୧୦ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ୩ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏସସିବିରେ ଜଣଙ୍କ ମୃତ୍ୟୁ ଘଟିଛି। ଟିଉସନ ସାରି ବାଇକରେ ଫେରୁଥିବା ବେଳେ ଟ୍ରକ ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବାଙ୍କୀ ହରିରାଜପୁର ଗ୍ରାମର ସୋହାନ ନାୟକ, ଅମ୍ୟାଂଶୁ ପିରୋଇ ଓ ଅବିନାଶ ନାୟକ ନାମକ ୩ ଦଶମ ଶ୍ରେଣୀର ଛାତ୍ର ଚକୁଳେଶ୍ଵର କୋଚିଂ ସେଣ୍ଟରକୁ ପଢ଼ିବାକୁ ଯାଇଥିଲେ। କୋଚିଂ ସାରି ଏକ ବାଇକରେ ଗାଁକୁ ଫେରୁଥିବା ସମୟରେ ରଣଶଙ୍ଖଠାରେ ଟ୍ରକ ବାଇକକୁ ପିଟଥିଲା। ଫଳରେ ଘଟଣାସ୍ଥଳରେ ସୋହମ ନାୟକ ଓ ଅମ୍ୟାଂଶୁ ପିରୋଇଙ୍କ ପ୍ରାଣହାନି ଘଟିଥିଲା। ଅବିନାଶ ନାୟକଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।

More Stories