Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ର ଗଠନ ରେ ଯୁବ ପ୍ରସ୍ତୁତି କାର୍ଯ୍ୟକ୍ରମ ଉଦଯାପିତ:ମନର ଏକାଗ୍ରତା ଓ ଶୃଙ୍ଖଳିତ ଜୀବନ ଶୈଳୀ ଉପରେ ଗୁରତ୍ୱ ଦେବାକୁ ଆହ୍ୱାନ

ସମ୍ବଲପୁର:ସ୍ଥାନୀୟ ପ୍ସବ୍ଲିକ ଲାଇବ୍ରେରୀ ଠାରେ ଦୀର୍ଘ ସାତ ମାସ ଧରି ପ୍ରତ୍ୟେକ ରବିବାର ଦିନ ଚାଲୁଥିବା ଯୁବ ପ୍ରଶିକ୍ଷଣ ଚଳିତ ବର୍ଷ ପାଈଁ ପରିସମାପ୍ତି ଘଟିଛି।ଆଜି କାର୍ଯ୍ୟକ୍ରମ ର ଅଷ୍ଟବିଂଶ ସପ୍ତାହ ର ପ୍ରଥମ ଅଧିବେଶନ କୁ ଆରମ୍ଭ କରି ପ୍ରାକ୍ତନ ଇଂରାଜୀ ପ୍ରୋ.ସୁରେନ୍ଦ୍ର ପ୍ରସାଦ ପଣ୍ଡା ଆମର ବ୍ୟସ୍ତ ବହୁଳ ଜୀବନ ରେ କିପରି ଏକାଗ୍ରତା ଆସିବ ସେ ପ୍ରସଙ୍ଗ ରେ ଅନେକ ଉଦାହରଣ ସହ ପାଠପଢା ସମୟରେ ଏକାଗ୍ରତା ପାଇଁ ଛାତ୍ରଛାତ୍ରୀ ଙ୍କୁ ଉପଦେଶ ଦେଇଥିଲେ। ଦ୍ଵିତୀୟ ଅଧିବେସନ କୁ ତଥା ଯୋଗଗୁରୁ ଡାକ୍ତର ଜୟଦେବ ମେହେର ଓ ତାଙ୍କ ଦଳ ଦୈନନ୍ଦିନ ଜୀବନ ରେ ଯୋଗ ର ଉପକରିତା ଓ ସୁସ୍ଥ ଜୀବନ ଯାପନ ଶୈଳୀ ଉପରେ ଆଲୋଚନା ପୂର୍ବକ ଯୋଗ ର ବିଭିନ୍ନ ଉପାଦେୟ ମୁଦ୍ରା ପ୍ରଦର୍ଶନ କରିଥିଲେ।
ଶିକ୍ଷାଦାନ ପରେ ଉଦଯାପନୀ ସଭାରେ ପ୍ରଫେସର ଶଙ୍କର ପ୍ରସାଦ ପତି ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମ ସମ୍ବନ୍ଧ ରେ ସମ୍ୟକ ସୂଚନା ଦେଇ ସମସ୍ତ ଙ୍କୁ ସ୍ୱାଗତ କରିଥିଲେ।ମୁଖ୍ୟ ଅତିଥି ଭାବେ ମହାନଗର ନିଗମ ର କମିଶନର ଶ୍ରୀ ବେଦଭୂଷଣ ଯୋଗ ଦେଇ ପିଲାଙ୍କୁ ନିଜ ଛାତ୍ର ଜୀବନର ଘଟଣା ସହ ଆଇ.ଏ.ଏସ ପରୀକ୍ଷା ପାଇଁ ପ୍ରସ୍ତୁତି ସମ୍ବନ୍ଧୀୟ ଅଭିଜ୍ଞତା ବିଷୟରେ ପିଲାଙ୍କୁ ପ୍ରେରିତ କରି ନିଜକୁ କଠିନ ଲାଗୁଥିବା ବିଷୟ କୁ ଅଧିକ ପ୍ରଧାନ୍ୟ ଦେଇ ନିରନ୍ତର ପଠନ ଅଭ୍ୟାସ ଓ ଖବର କାଗଜ ପଢିବାକୁ ପିଲାଙ୍କୁ ଉପଦେଶ ଦେଇଥିଲେ।କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର କୁମାର ପଣ୍ଡା ବିଗତ ଛଅ ମାସ ର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ପ୍ରଗତି ବିଷୟ ଉଲ୍କେଖ କରି ପିଲାଙ୍କୁ ଶିକ୍ଷାଦାନ କରିଥିବା ଖ୍ୟାତନାମା ଡାକ୍ତର,ଇଞ୍ଜିନିଅର,ଅଧ୍ୟାପକ, ଶିକ୍ଷକ ଓ ସମାଜସେବୀ ଙ୍କୁ ଅବଦାନ ଉଲ୍ଲେଖଯୋଗ୍ୟ ଥିବା ପ୍ରକାଶ କରି ଦୀର୍ଘ ୨୪ ଟି ସପ୍ତାହ ର ୪୮ ଟି ଶ୍ରେଣୀ ରେ ଦିଆଯାଇଥିବା ନୈତିକ ଓ ବୈଷୟିକ ଶିକ୍ଷା ପିଲାଙ୍କୁ ଅନେକ ଉପାଦେୟ ହେବ ବୋଲି ସୂଚନା ଦେଇ ଆଗାମୀ ୨୦୨୪ଏପ୍ରିଲ ମାସରୁ ଅଷ୍ଟମ ଓ ନବମ ଶ୍ରେଣୀ ପିଲାଙ୍କୁ ନେଇ କାର୍ଯ୍ୟକ୍ରମ ଅବ୍ୟାହତ ରହିବ ବୋଲି ପ୍ରକାଶ କରିଥିଲେ।ଆଗାମୀ ନଭେମ୍ବର ମାସ ରେ ଏକ ସମାବର୍ତ୍ତନ ଉତ୍ସବ ରେ ଚଳିତ ବର୍ଷ ଶିକ୍ଷା ଶେଷ କରିଥିବା ପିଲାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବା କୁ ସ୍ଥିର ହୋଇଥିବା ଜଣେଇଥିଲେ।ଦିଲ୍ଲୀ ରୁ ଅଭାସି ମାଧ୍ୟମରେ ପ୍ରୋ.ଆଦିତ୍ୟ ପ୍ରସାଦ ପାଢ଼ୀ ପିଲାମାନଙ୍କୁ ସମ୍ବୋଧିତ କରିଥିଲ।ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ନାରାୟଣୀ ପଣ୍ଡା ପିଲାଙ୍କୁ ଉଦବୋଧନ ଦେଇ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ।ପ୍ରୋ ମୁରଲୀ ଧର ପ୍ରେମନାଥ ନାୟକ,ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ଶିକ୍ଷାବିତ ଅରବିନ୍ଦ ମହାପାତ୍ର,ପ୍ରୋ.,,ମୀନକେତନ ପାଠୀ,କାମଦେବ ସାହୁ,ପ୍ରଫୁଲ୍ଲ କୁମାର ହୋତା,ଡ଼, ଗିରିଧାରୀ ହୋତା, ଉଦିତ ଚନ୍ଦ୍ର ପାଟଯୋଶୀ,ପ୍ରଧାନ ଶିକ୍ଷୟିତ୍ରୀ ସିଂନି ବାଡା,ରିତାରାଣୀ ହୋତା,ପ୍ରଦୀପ ପଣ୍ଡା,ସଚିନ୍ଦ୍ର କୁମାର ମିଶ୍ର,ପୃଥିରାଜ ମିଶ୍ର,ଗୋଳକ ବିହାରୀ ମିଶ୍ର ଭକ୍ତ ଓ ପ୍ରସାଦ ନନ୍ଦ ଙ୍କ ଶତାଧିକ ବୁଦ୍ଧିଜୀବୀ ଓ ଅବିଭାବକ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ।ଶେଷରେ ପାଠାଗାର ର ସଭ୍ୟ ସମ୍ପାଦକ ଶ୍ରୀ ରଘୁନାଥ ମିଶ୍ର କାର୍ଯ୍ୟକ୍ରମ ସହ ସଂଶ୍ଳିଷ୍ଟ ସମତ୍ସ ଶିକ୍ଷକ, ବିଦ୍ୟାଳୟର ମୁଖ୍ୟ,ଅବିଭାବକ,ସଭ୍ୟ ବୃନ୍ଦ ଓ ଅଭାସି ର ସହଯୋଗୀ ଡ଼,ମନୋଜ ପଟେଲ,ଅଭିନଂଦନ ତ୍ରିପାଠୀ ବିଜୟ ସାହୁ ଓ ସୁନନ୍ଦା ଇତ୍ୟାଦି ଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ଆଗାମୀ ଦିନ ଏହି କାର୍ଯ୍ୟକ୍ରମ କୁ ସହଁଯୋଗ କରିବାକୁ ସମସ୍ତ ଙ୍କୁ ଅନୁରୋଧ କରଥିଲେ।ଆଜି ଏହି ପ୍ରଶିକ୍ଷାଣ ଶିବିର ରେ ୧୩ ଟି ହାଇସ୍କୁଲ ରୁ ମୋଟ ୪୦ ଜଣ ଛାଟାଛାତ୍ରୀ ଯୋଗଦେଇଥିଲେ।
ଶେଷରେ ଜାତୀୟ ସଙ୍ଗୀତ ଓ ଜଳଯୋଗ ପରେ ସଭା ଶେଷ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ