କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ଏନଏନଏସ ପକ୍ଷରୁ ଡୋକାରିଚଞ୍ଚରା ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ।


କୋକସରା:୧/୧୦ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ପକ୍ଷରୁ ରବିବାର।କୋକସରା ବ୍ଲକ ର ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା ଠାରେ ଜାତୀୟ ସେବା ଯୋଜନା ଏନ ଏସ ଏସ ଛାତ୍ରଛାତ୍ରୀ ଙ୍କ ପକ୍ଷରୁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ବିଦ୍ୟାଳୟ ର ଏନ ଏସ ଏସ ସଂଯୋଜକ ଚିତ୍ତରଞ୍ଜନ ଖୁଣ୍ଟିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ପର୍ଯ୍ୟଟନ ସ୍ଥଳୀ ରେ ପହଞ୍ଚି ଏଠାକୁ ଆସୁଥିବା ମାନଙ୍କୁ ଅଳିଆ ଆବର୍ଜନା ନ କରିବାକୁ ପରାମର୍ଶ ଦେବାସହ ଆମର ଏହି ପର୍ଯ୍ୟଟନ ସ୍ଥଳୀ ଆମ ପାଇଁ ଗୌରବ ଏଣୁ ସ୍ୱଚ୍ଛତା ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଳି କହିଛନ୍ତି। ଛାତ୍ରଛାତ୍ରୀ ମାନେ ଶ୍ରୀ ରାମ ମନ୍ଦିର ସମେତ ପର୍ଯ୍ୟଟନ ସ୍ଥଳୀ ର ଅନେକ ସ୍ଥାନରେ ପଡ଼ିଥିବା ମଇଳା ଆବର୍ଜନା ସଫାସୁତୁରା କରିଥିଲେ।ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ ବୋଳି ଏନଏସଏସ ଅଧିକାରୀ କହିଛନ୍ତି। କାର୍ଯ୍ୟକ୍ରମ ରେ ମହିଳା ୟୁନିଟ ର ସଂଯୋଜକ ରୋଜ ମେରି ଏକ୍କା ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସର ରେ ଗୁଡାହାଣ୍ଡି ଉନ୍ନୟନ କମିଟି ପକ୍ଷରୁ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ର ଏନ ଏସ ଏସ ଟିମ ଓ ଛାତ୍ରଛାତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।