Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଲମା ଗ୍ରାମରେ କଳସ ଯାତ୍ରା ସହ ଆରମ୍ଭ ହେଲା ମା ଙ୍କ ନବ ଦିନାତ୍ମକ ନବଦୁର୍ଗା ଙ୍କ ପୂଜାର୍ଚ୍ଚନା।

କୋକସରା:୧୬/୧୦ ଧରାପୃଷ୍ଠକୁ ଆସୁଛନ୍ତି ମା ଦୁର୍ଗା, ମା ଙ୍କ ଆଗମନ ପାଇଁ ସହର ଠୁ ପୁରପଲ୍ଲୀ ଚଳ ଚଞ୍ଚଳ ହୋଇପଡିଛି। କୋକସରା ବ୍ଲକ ଓଲମା ଗ୍ରାମରେ ଚଳିତ ବର୍ଷ ନବ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ ଶନିବାର ସନ୍ଧ୍ୟାରେ ଅଧିବାସ ସଂମ୍ପନ୍ନ ହୋଇଥିବା ବେଳେ ରବିବାର ସକାଳୁ କଲସଯାତ୍ରା ସହ ମା ଙ୍କ ପୂଜାର୍ଚ୍ଚନା ପାଇଁ ଆରମ୍ଭ ହୋଇଛି ପୂଜାବିଧି।୧୪/୧୦ ରୁ ୨୪/୧୦ ପର୍ଯ୍ୟନ୍ତ ମା ଦୁର୍ଗାଙ୍କ ନବ ରୁପ ରେ ବିରାଜିତା ଦେବୀ ଙ୍କୁ ପୂଜାର୍ଚ୍ଚନା କରାଯିବ। ଚଳିତ ବର୍ଷ ଓଲମା ଗ୍ରାମ୍ୟ ପୂଜା କମିଟି ପକ୍ଷରୁ ପୂଜାକର୍ତ୍ତା ଭାବେ ଶ୍ରୀ ବିଶେସ କୁମାର ପଣ୍ଡା ପତ୍ନୀ ଶେଫାଳି ପଣ୍ଡା ସ୍ବପତ୍ନୀକ ପୂଜାକାର୍ଯ୍ୟ ତୁଲାଇବେ। ଶନିବାର ଅପରାହ୍ନ ରେ ମହା ଆଡମ୍ବରରେ ଅଧିବାସ ପାଇଁ ପୂଜାକର୍ତ୍ତା ଙ୍କୁ ବରଣ କରିବା ପରେ ବିଲ୍ଵବରଣ କରାଯାଇଛି। ରବିବାର ସକାଳୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କଳସ ଯାତ୍ରା ରେ ଶହ ଶହ ସଂଖ୍ୟକ ମହିଳା ମାନେ ଯୋଗ ଦେଇଥିବା ବେଳେ ଘଣ୍ଟୁଆ, ସଂକୀର୍ତ୍ତନ ଦଳ ରେ ବିରାଟ ଶୋଭାଯାତ୍ରାରେ ପୁଷ୍କରିଣୀ ରୁ ଜଳ ଆଣି ପୂଜା ମଣ୍ଡପ ରେ ସ୍ଥାପନ କରାଯାଇଛି। ନବ ଦିନାତ୍ମକ ନବଦୁର୍ଗା ପୂଜା ରେ ପ୍ରତିଦିନ ଅନ୍ନଭୋଗ ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।ପୁଜା କମିଟିର ସଭାପତି ପ୍ରମୋଦ କୁମାର ପଣ୍ଡା, ଉପ ସଭାପତି ତ୍ରିନାଥ ଶବର,ସାଧାରଣ ସମ୍ପାଦକ ବ୍ରହ୍ମାନନ୍ଦ ମାଝୀ, ସହ ସମ୍ପାଦକ ଆଶିଷ କୁମାର ପଣ୍ଡା, କୋଷାଧ୍ୟକ୍ଷ ସଞ୍ଜୀବ କୁମାର ପଣ୍ଡା, ଧନଞ୍ଜୟ ସାହୁ, ଭାଗବତ କଟା, ସୁମନ ଅଗସ୍ତି, ଫୁଲଚନ ଶବର, ପବିତ୍ର ମାଝୀ,ଦିଲୀପ ବାଗ ଓ ଓଲମା ଗ୍ରାମବାସୀ ନବ ଦିନାତ୍ମକ ପୂଜାକାର୍ଯ୍ୟ ପରିଚାଳନା ରେ ସହଯୋଗ କରୁଛନ୍ତି।