Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ଼ ବ୍ଲକରେ କଂଗ୍ରେସ ପକ୍ଷରୁ ଘରେଘରେ ପଦଯାତ୍ରା ଓ ବିଶାଳ ଜନସମାବେଶ

କଳାହାଣ୍ଡି,୧୫/୧୦-କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରୁ ଚମ୍ପାଦେଇପୁର ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ସହ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତା ତଥା ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଯୋଗ ଦେଇଥିଲେ ! ପଦଯାତ୍ରାରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଜୟପାଟଣା, ଥୁଆମୂଳ ରାମପୁର, ଭବାନୀପାଟଣା ଓ ଲାଞ୍ଜିଗଡ ଅଞ୍ଚଳର ଏକ ହଜାରରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ଦୀର୍ଘ ୬ କିମି ପଦଯାତ୍ରାରେ ଯାଇ ଚମ୍ପାଦେଇପୁରଠାରେ ପହଞ୍ଚିଥିଲେ ! ସେଠାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତଭୂଷଣ ବେମାଲ, କଂଗ୍ରେସ ନେତା ରାଜେନ୍ଦ୍ର ମାଳି, ଜିଲ୍ଲା କଂଗ୍ରେସ ସଂପାଦକ ହରିହର କୁମାର, ପ୍ରଦୀପ ମାଝୀ, ଶିଶିର ପୁଝାରୀ, ଦ୍ରୌପଦୀ ମାଝୀ, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବ ପ୍ରମୁଖ ମଞ୍ଚାସୀନ ଥିଲେ ! ଅନ୍ୟମାନଙ୍କ ମଧ୍ୟରେ ସରୋଜ ବାଗ, ଗୋପାଳଦାସ ମହାନନ୍ଦ, ଉଦ୍ଧବ ମାଝୀ, ଯଶୋବନ୍ତ ବେହେରା, ଭଗବାନ ମାଝୀ, ପିତାମ୍ବର ପଟେଲ, ତାରେଶ୍ୱର ସାହୁ, ପଠାଣି ସାମନ୍ତ ନାଗ, ପୁରୁଷୋତ୍ତମ ଦଣ୍ଡସେନାଙ୍କ ସମେତ ୨୬ ଗୋଟି ପଞ୍ଚାୟତରୁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଆଜିର ସମାବେଶରେ ଶତାଧିକ ବିଜେଡି ଓ ବିଜେପି କର୍ମୀ ଦଳତ୍ୟାଗ କରି କଂଗ୍ରେସରେ ସାମିଲ ହୋଇଥିଲେ । ଏହି ଅବସରରେ ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜିଲ୍ଲା ସଂପାଦକ ହରିହର କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।