Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୧ ଦଫା ଦାବି ରେ ଅଲ୍ ଓଡିଶା ସିଡ୍ୟୁଲ୍ଡକାଷ୍ଟ ଫେଡେରେସନ ପକ୍ଷରୁ ଦାବିପତ୍ର ପ୍ରଦାନ।

କୋକସରା:୧୬/୧୦ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଲ୍ ଓଡିଶା ସିଡ୍ୟୁଲ୍ଡକାଷ୍ଟ ଫେଡେରେସନ ପକ୍ଷରୁ କୋକସରା ବ୍ଲକର କାର୍ଯ୍ୟକାରି ସଭାପତି ଓ ଭିମ ଆର୍ମି ଭାରତ ଏକତା ମିଶନ ନବରଙ୍ଗପୁର ଜୋନ ପ୍ରଭାରୀ ପ୍ରଧାନି ବାଗଙ୍କ ନେତୃତ୍ଵରେ ବିଶାଳ ରେଲି ଗଣ ବିକ୍ଷୋଭ ପ୍ରଦର୍ଶନ ୧୧ ଦଫା ଦାବି ନେଇ କୋକସରା ବ୍ଲକ କୁ ଗସ୍ତରେ ଆସିଥିବା କଳାହାଣ୍ଡି ଜିଲ୍ଲାପାଲ ପି. ଅନ୍ୱେଷ ରେଡି ଙ୍କ ଜରିଆରେ ଓଡ଼ିଶା ର ମହାମହିମ ରାଜ୍ୟପାଳଙ୍କୁ କୋକସରା ବ୍ଲକ ଅଞ୍ଚଳର ବିଭିନ୍ନ ସମସ୍ୟା ଗୁଡ଼ିକର ଆଶୁ ସମାଧାନ ସକାଶେ ଦାବିପତ୍ର ଦିଆଯାଇଥିଲା। ପ୍ରମୁଖ ଦାବି ଗୁଡିକ ମଧ୍ୟରେ କୋକସରା ନିର୍ବାଚନ ମଣ୍ଡଳୀ କୁ ପୁଣିଥରେ ଫେରାଇ ଦିଆଯାଉ,କୋକସରା ବ୍ଲକ କୁ ଉପଖଣ୍ଡ ମାନ୍ୟତା, କୋକସରା ଠାରେ ସରକାର ହାଇଟେକ ସୁପର ସ୍ପେଶାଲିଷ୍ଟ ମଲ୍ଟି ହସ୍ପିଟାଲ ନିର୍ମାଣ, ସିନିୟର ଡିଭିଜନ କୋର୍ଟ ଉପ ନିବନ୍ଧକ ଓ ଉପ କୋଷଗାର କାର୍ଯ୍ୟାଳୟ ସ୍ଥାପନ, ମଙ୍ଗଳପୁର ଠାରୁ ଅଣ ଜଳସେଚିତ ପଞ୍ଚାୟତ ର ଚାଷଜମି କୁ ଜଳସେଚନ ବ୍ୟବସ୍ଥା, ଚଳିତ ବର୍ଷ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ମରୁଡି ପରିସ୍ଥିତି ଦେଖାଦେଇଛି ଏଣୁ ମରୁଡି ଘୋଷଣା ସହ କୃଷି ଅଣ କୃଷି ଛାତ୍ରଛାତ୍ରୀ ଙ୍କ ସ୍କୁଲ ଫି ଛାଡ଼ ଓ ସହାୟତା ପ୍ରଦାନ, ଧର୍ମଗଡ଼ ଉପଖଣ୍ଡ କୁ ଗୁଡାହାଣ୍ଡି ଜିଲ୍ଲା ନାମରେ ମାନ୍ୟତା,ଜଙ୍ଗଲ ଜମି ରେ ବସବାସ କରୁଥିବା ବନବାସୀ ଙ୍କୁ ୧୦ ଏକଡ଼ ଜଙ୍ଗଲ ଜମି ପଟ୍ଟା ସହ ସମସ୍ତ ମୌଳିକ ଅଧିକାର ପ୍ରଦାନ, ମୋଟେର ରୁ ଲଡୁଗାଁ ଭାୟା ବାନେର ରାସ୍ତା କୁ ବିଭାଜନ ନକରି ଲଡୁଗାଁ ଷ୍ଟେଟ ବ୍ୟାଙ୍କ ଛକ ଦେଇ ବାନେର ଯାଏ ରାସ୍ତା ପ୍ରଶସ୍ତିକରଣ ସହ ରାସ୍ତା ନିର୍ମାଣ, ସାମାଜିକ ସୁରକ୍ଷା ଭତ୍ତା ରାଶି କୁ ୫ ହଜାର ଟଙ୍କା ଓ ଶ୍ରମିକ ମାନଙ୍କ ଦୈନିକ ମଜୁରୀ ୮ ଶହ କରିବା ,ପିଡ଼ିଏସ ସାମଗ୍ରୀ କୁ ହିତାଧିକାରୀଙ୍କ ସମ୍ମୁଖରେ ଓଜନ କରି ଦିଆଯାଉ ଓ ଅନ୍ୟାନ୍ୟ ଦାବି ପ୍ରମୁଖ ରହିଛି।ଏଥିରେ ଅଲ୍ ଓଡିଶା ସିଡ୍ୟୁଲ୍ଡକାଷ୍ଟ ଫେଡେରେସନ କୋକସରା ବ୍ଲକର ସଭାପତି କିଶୋର ଚନ୍ଦ୍ର ନାଏକ, ଉପଦେଷ୍ଟା ଗୋବର୍ଦ୍ଧନ ବାଗ, ଭିମ ଆର୍ମି ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ଜଗ ଜିବନ କୁମାର, ଓବିଶି, ଏସଟି ଏସ ସି ମିଳିତ ମଞ୍ଚର ସଂଯୋଜକ ଦିଗାମ୍ବର ଦୂରିଆ, ଡାକେଶ୍ୱର ଲହଜଲ୍, ସଂଗଠନର ସମ୍ପାଦକ ପ୍ରବୀଣ ପାଣିଗ୍ରାହୀ, ମହିଳା ବିଭାଗ ସଭାପତି ଇନ୍ଦୁ ରେଖା ବାଗ, ଉପ ସଭାପତି ଏ ସରିତା ରାଓ, ଦିଶାନ୍ତ ବେଷ୍ରା, ଘନଶ୍ୟାମ ଛତ୍ରିଆ, କ୍ଷୀରସିନ୍ଧୁ ବୋଡକିଆ, ଯୋଗେନ୍ଦ୍ର ମହାନନ୍ଦ, ସୁକାନ୍ତ ମହାନନ୍ଦ ଓ ବିଦ୍ୟାଧର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।