Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଜୁ ସେବା କେନ୍ଦ୍ର ପକ୍ଷରୁ ରକ୍ତଦାନ ଶିବିର ଏବଂ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ

ଜମନକିରା : ଆଜି ସୋମବାର ଜମନକିରା ଡାକ୍ତରଖାନ ପରିସରରେ ବିଜୁ ସେବା କେନ୍ଦ୍ର ଦ୍ଵାରା ଏକ ବ୍ଲକସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବ୍ଲକ ଛକ ସ୍ଥିତ ହନୁମାନ ମନ୍ଦିରରେ ୧୦୮ ଦୀପ ପ୍ରଜ୍ବଳନ କରାଯାଇଥିଲା। ରକ୍ତଦାନ ଶିବିର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଦିବସ ପାଳନ ଉପଲକ୍ଷେ ବିଜୁ ସେବା କେନ୍ଦ୍ର ଦ୍ଵାରା ଅନୁଷ୍ଠିତ ରକ୍ତ ଦାନ ଶିବିରକୁ ସମ୍ବଲପୁର ଜିଲ୍ଲା ପୂର୍ବତନ ପ୍ରାଧୀକରଣ ଅଧ୍ୟକ୍ଷ ବିଜୟ ମହାନ୍ତି ଏବଂ ଜିଲ୍ଲା ପରିଷଦ ଜୋନ୧ ସଭ୍ୟା ସୁଜାତା ଖୁଣ୍ଟିଆ ଉଦଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ଜମନକିରା ବ୍ଲକର ସମସ୍ତ ପଞ୍ଚାୟତରୁ ବିଜୁ ଜନତା ଦଳର କର୍ମକର୍ତ୍ତା ଏବଂ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ। ରକ୍ତ ଦାନ ଶିବିରରେ ମୋଟ ୮୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସମାନ୍ତରାଳ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପୂର୍ବତନ ଏସଡିଏ ଅଧ୍ୟକ୍ଷ ଶ୍ରୀ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣକାରି ଯୋଜନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଶୋଭାରାମ ପ୍ରଧାନ, କେନ୍ଦୁପତ୍ର କଲ୍ୟାଣ ବୋର୍ଡ ଉପଦେଷ୍ଟା ସଞ୍ଜିତ ମହାନ୍ତି, ଜିଲ୍ଲା ପରିଷଦ ଜୋନ୧ ସଭ୍ୟା ଶ୍ରୀମତୀ ଖୁଣ୍ଟିଆ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ, ପୂର୍ବତନ ବ୍ଲକ ଅଧକ୍ଷା ପଦ୍ମାବତୀ କିଷାନ, ଜିଲ୍ଲା ଉପ-ସଭାପତି ମହମ୍ମଦ ମୂର୍ତୁଜା, ବ୍ଲକ ସଭାପତି ଆଦି ପ୍ରସାଦ ମହାକୁଡ, ଜିଲ୍ଲା ସମ୍ପାଦକ ଧୀରେନ ଶର୍ମା, ଭକ୍ତରାମ ବେହେରା, ସ୍ଵାଧୀନ ପଣ୍ଡା, ବରିଷ୍ଠ ନେତା ଚୂଡ଼ାମଣି ପଟେଲ, ନବୀନ ପଟେଲ, ଯୁବ ନେତା ତଥା ପୂର୍ବତନ ନିର୍ବାଚନ ମଣ୍ଡଳୀ ସଭାପତି ମହେନ୍ଦ୍ର ବାଘ, ସରପଞ୍ଚ ପଙ୍କଜିନି କୁମରା, ସମିତସଭ୍ୟ ସୁଷମା କାୟିବର୍ତ, ସିବନୁଶ ବାର୍ଲା, ଯୁବ ଜୋନ ସମ୍ପାଦକ ପ୍ରତାପ ଶର୍ମା ପ୍ରମୁଖ ମଞ୍ଚାଶିନ ଥିଲେ। ବକ୍ତାମାନେ ମାନ୍ୟବର ନବୀନ ପଟନାୟକଙ୍କ ଗତ ୨୫ ବର୍ଷର ବିଭିନ୍ନ ଯୋଜନା ଉପରେ ବିସ୍ତୃତ ଭାବେ ବକ୍ତବ୍ୟରେ ବର୍ଣ୍ଣନା କରିଥଲେ। ସଭାକୁ କବି ନାରାୟଣ ସାହୁ ସଂଯୋଜନା କରିଥିଲେ। କଞ୍ଚାନନ ଜୟପୁରୀୟ ଏକ କବିତା ପାଠ ମାଧ୍ୟମରେ ନବୀନ ପଟ୍ଟାୟକଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଶେଷରେ ବିଜୁ ସେବା କେନ୍ଦ୍ରର ସଭାପତି ମିଳନ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିକାଶ ସାହୁ, ଛାତ୍ର ଉପସଭାପତି ସୁମିତ ପଟେଲ, ସୁଶାନ୍ତ ମେହେର, କୁଚିଣ୍ଡା ପୂର୍ବତନ ବ୍ଲକ ସଭାପତି କୀର୍ତ୍ତନ ସେନାପତି, ସଚିନ୍ଦ୍ର ସେଠ , ରାଜୀବ ନାୟକ, ରମେଶ ଅଗ୍ରୱାଲ, ବିଭାଶ ଦେବନାଥ, ସୁଦର୍ଶନ ଖୁଣ୍ଟିଆ, ମୃଣାଳ ଦେବନାଥ, ସିଦ୍ଧାର୍ଥ ବହିଦାର, ସୁରଜ ସେଠ, ସିକନ୍ଦର ମହାକୁଡ, ଟୁଲୁ ସାହୁ, ଋଷି ନାୟକ, ଦିଲୀପ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ସଭ୍ୟା, ଜନପ୍ରତିନିଧି, ଶତାଧିକ ଯୁବକ, ଛାତ୍ର, ମହିଳା ପ୍ରମୁଖ ଯୋଗ ଦେଇଥିଲେ।