ବ୍ରହ୍ମଚାରିଣୀ ବେଶରେ ମାଁ କାମାକ୍ଷା ଦେବୀ


ସମ୍ବଲପୁର:ଆଜି ଶାରଦୀୟ ନବରାତ୍ର ପୂଜା ଉପଲକ୍ଷେ ମାଁ କାମାକ୍ଷ୍ଯା ଦେବୀଙ୍କ ମନ୍ଦିରରେ ଦ୍ବିତୀୟା ତିଥିରେ ମାଁ ବ୍ରହ୍ମଚାରିଣୀ ବେଶରେ ଭୁବନେଶ୍ୱରୀ ରୂପେ, ମାଁ କାମାକ୍ଷ୍ଯା ଦେବୀଙ୍କ ପୂଜାର୍ଚ୍ଚନା, ଚଣ୍ଡୀପାଠ,ହୋମ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ଶ୍ରୀ ଜୟ ଗୋପାଳ ସୁଆରଙ୍କ ପୌରହିତ୍ୟରେ ଓ ସୁଶାନ୍ତ କୁମାର ପତିଙ୍କ ସହଯୋଗ ରେ ଶମ୍ଭୁ ପ୍ରସାଦ ପାଢ଼ୀ ଓ ଇନ୍ଦ୍ରାଣୀ ପାଢୀ କର୍ତ୍ତା ଦାଇତ୍ୱ ତୁଲାଇଥିଲେ। ମାଁ କାମାକ୍ଷ୍ଯା ଦେବୀଙ୍କ ଏହି ଦ୍ୱିତୀୟା ତିଥିରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।