Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଅ ର ଫାଉଡା ଚୋଟ ରେ ମା ର ମୃତ୍ୟୁ ଘଟଣା ରେ ମୃତ ମା ର ଶବ ସତ୍କାର କଲା ସମ୍ବଳ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନ ଅନ୍ତର୍ଗତ ଜଙ୍ଗଳା ଗ୍ରାମରେ ପୁଅ ର ଫାଉଡା ଚୋଟ ରେ ମା ର ମୃତ୍ୟୁ ଘଟଣା ରେ ମୃତ ମହିଳାଙ୍କ ଶବ ସତ୍କାର କରିଛି ସମ୍ବଳ। ପୋଲିସ ମାଧ୍ୟମରେ ସମ୍ବଲ ର ରାମଦାସ ପଣ୍ଡା ଙ୍କୁ ଜଙ୍ଗଳା ସରପଞ୍ଚ ମୁରାରୀ ବିଶ୍ୱାଳ ଯୋଗାଯୋଗ କରିଥିଲେ l ସରପଞ୍ଚ ଏବଂ ଗ୍ରାମବାସୀ ଙ୍କ ଲିଖିତ ଅନୁରୋଧ କ୍ରମେ ଦିଲୀପ ସାହୁ, ସୌରୀ ପାଣିଗ୍ରାହୀ ଏବଂ ମୁକେଶ ବିଶି ସମ୍ବଲପୁର ରାଜଘାଟ କୁ ଯାଇ ଶବ ସତ୍କାର କରିଥିଲେ। ସୂଚନାଯୋଗ୍ୟ ସୋମବାର ଦିନ ବିଳମ୍ବିତ ରାତିରେ ରେଙ୍ଗାଲି ଥାନ ଅନ୍ତର୍ଗତ ଜଙ୍ଗଳା ଗ୍ରାମରେ ଯଜ୍ଞାସିନୀ ବଢ଼େଇ (60) ଙ୍କୁ ତାଙ୍କ ପୁଅ ସଜିତ ବଢ଼େଇ ଏକ ଫାଉଡା ରେ ଆକ୍ରମଣ କରି ହତ୍ୟା କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ