Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାଜରାସ୍ତା ଅବରୋଧ କରି, ଅବରୋଧକାରୀ ବ୍ୟକ୍ତି ଗିରଫ

ଜମନକିରା : ଜମନକିରା ଥାନା ଚ୍ଛେମୁଣ୍ଡା ଗାଁର ବିକ୍ରମ ନାଏକ (୪୫) ଆଜି ରାଜରାସ୍ତା ୫୩କୁ ଘଣ୍ଟାଏ ଧରି ଅବରୋଧ କରିବା ଅଭିଯୋଗରେ ଜମନକିରା ପୋଲିସ ଗିରଫ କରି ୧୪୪/୨୩ରେ ମାମଲା ରୁଜୁ କରିଛି। ଥାନାରୁ ବେଲ ନେଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
ପୋଲିସର ସୂଚନା ଅନୁଯାୟୀ, ଗତକାଲି ବିକ୍ରମ ର ଘରେ ଲାଗିଥିବା ବିଭିନ୍ନ ବିଦ୍ୟୁତ ସାମଗ୍ରୀ ଚୋରି ହୋଇଥିଲା। ଏନେଇ ବିକ୍ରମ ଥାନାରେ ଏତଲା ଦାୟର କରିବା କଥା। କିନ୍ତୁ ସେ ଏହା ନକରି ଆଜି ସକାଳ ସାଢେ଼ ୬ଟା ସମୟରେ ରାଜରାସ୍ତା ୫୩କୁ ଅବରୋଧ ଘଣ୍ଟାଏ ଧରି ଅବରୋଧ କରିଥିଲା। ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଥିଲା। ପରେ ପୋଲିସ ଜାଣିବା ପରେ ଅଭିଯୁକ୍ତ ବିକ୍ରମ କୁ ଗିରଫ କରିଥିଲା। ପରେ ଗାଡ଼ି ଗୁଡ଼ିକ ଛଡା ଯାଇଥିଲା ଆଉ ଯାତାୟାତ ସ୍ଵାଭାବିକ ହୋଇଥିଲା।