Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନଭେମ୍ବର ୧ରୁ ରାଜ୍ୟରେ ପ୍ରଥମ ଥର ବାଘ ଗଣନା, ଜାନୁଆରୀ ୩୧ ସୁଦ୍ଧା ଆସିବ ରିପୋର୍ଟ

ଭୁବନେଶ୍ଵର: ନଭେମ୍ବର ୧ରୁ ରାଜ୍ୟରେ ହେବ ବାଘ ଗଣନା। ପ୍ରଥମ ଥର ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ବାଘ ଗଣନା କରାଯିବ। ଆଉ ଜାନୁଆରୀ ୩୧ ତାରିଖ ସୁଦ୍ଧା ବାଘସଂଖ୍ୟା ନେଇ ରିପୋର୍ଟ ପ୍ରକାଶ ପାଇବ। ରାଜ୍ୟରେ ୨୦ଟି ବାଘ ଥିବା କେନ୍ଦ୍ର କହୁଥିବା ବେଳେ ୨୫ଟି ବାଘ ଥିବା ରାଜ୍ୟ ଦାବି କରିଛି। ଏହା ବ୍ୟତୀତ ଆସନ୍ତା ଏପ୍ରିଲରୁ ହାତୀ ଗଣନା ମଧ୍ୟ ହେବ ବୋଲି ପିସିସିଏଫ୍ କହିଛନ୍ତି।

ପିସିସିଏଫ୍ ୱାଇଲ୍ଡ ଲାଇଫ୍ ଏସ.କେ. ପୋପଲି ଚନା କହିଛନ୍ତି ଯେ, ପ୍ରଥମ ଥର ରାଜ୍ୟରେ ବାଘ ଗଣନା କରାଯିବ। କେନ୍ଦ୍ର ଦେଉଥିବା ତଥ୍ୟ ଆମ ରାଜ୍ୟ ତଥ୍ୟ ମଧ୍ୟରେ କୌଣସି ମେଳ ଖାଉନି। ଏହାକୁ ପ୍ରମାଣ କରିବା ପାଇଁ ଏଥର ରାଜ୍ୟ ନିଜସ୍ଵ ଉଦ୍ୟମରେ ବାଘ ଗଣନା କରିବ। ଏହାର ରିପୋର୍ଟ ଜାନୁଆରୀ ୩୧ ସୁଦ୍ଧା ଆସିବ। କେବଳ ବାଘ ନୁହେଁ ରାଜ୍ୟ ସରକାର ହାତୀ ଗଣନା ବି କରିବେ। ଏପ୍ରିଲ ମାସରେ ହାତୀ ଗଣନା କରାଯିବ ବୋଲି ପୋପଲି ଚନା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ