Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖାଇବାକୁ ଦେବାରେ ବିଲମ୍ବ- ପୁଅ ହାଣି ଦେଲା ଜନ୍ମକଲା ମାଁକୁ ।

ସମ୍ବଲପୁର-୧୮/୧୦ (ରମାକାନ୍ତ ବିଶ୍ବାଳ)
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜଙ୍ଗଲା ଗ୍ରାମରେ ଗତ ରାତିରେ ମା’କୁ କୋଦାଳରେ ଆକ୍ରମଣ କରି ହତ୍ୟା ପରେ ଥାନାକୁ ଯାଇ ଆତ୍ମ ସମର୍ପଣ କରିଛି ପୁଅ।
ହତ୍ୟାରେ ବ୍ୟବହୃତ କୋଦାଳ ମଧ୍ୟ ପୋଲିସ ଜବତ କରିଛି। ଘଟଣାକୁ ନେଇ ପୁଲିସ ଥାନାରେ କେଶ ନମ୍ବର ୨୦୭ ଭାରତୀୟ ଦଣ୍ଡବିଧାନ ଆଇନ ୩୦୨ ରେ କେଶ ରୁଜୁକରି ପୁଅକୁ କୋର୍ଟ ଚାଲାଣ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଦଳ ପହଞ୍ଚି ଯାଞ୍ଚ କରି ଫେରିଛି ।
ଶବସଂସ୍କାର କରିବାକୁ ବନ୍ଧୁ, ପରିଜନ କେହି ନଆସିବାରୁ ସମ୍ବଳ ସ୍ବେଚ୍ଛାସେବୀ
ଅନୁଷ୍ଠାନ ପକ୍ଷରୁ ଅନ୍ତିମ ସଂସ୍କାର କରାଯାଇଛି ।
ସୂଚନାନୁସାରେ ଗତ ରାତି ପ୍ରାୟ ୯ଟା ସମୟରେ ପୁଅ ସଜିତ ବଢ଼େଇ ମାଁ ଯଜ୍ଞସେନୀଙ୍କୁ ଖାଇବାକୁ ମାଗିଥିଲା । ମା’ କୌଣସି କାମରେ ବ୍ୟସ୍ତ ଥିବାରୁ ଅପେକ୍ଷା କରିବାକୁ କହିଥିଲେ । ଏଥିରେ ପୁଅ ରାଗି ଉତ୍ୟକ୍ତ ହୋଇ ଘରର ଜିନିଷପତ୍ର ଫିଙ୍ଗାଫିଙ୍ଗି କରିଥିଲା । ମା’ ବାରଣ
କରିବାରୁ ପୁଅ କୋଦାଳ ଧରି ମାରିବାକୁ ଦୌଡ଼ାଇଥଲା । ମା’ ପ୍ରାଣ ବିକଳରେ ଦୌଡ଼ି ପଳେଇବା ସମୟରେ ଘର ବାଡ଼ି ପଟେ ପଡ଼ିଯାଇଥିଲେ । ତାପରେ ପୁଅ ସଜିତ ମା’ର ମୁଣ୍ଡରେ ବାରମ୍ବାର କୋଦାଳରେ ଚୋଟ ମାରିଥିଲା। ଘଟଣାସ୍ଥଳରେ ଯଜ୍ଞସେନୀଙ୍କ ମୃତ୍ୟୁ ଘଟିଥିଲା। ଏପରି ନୃଶଂସ କାଣ୍ଡ ଘଟାଇଲା ପରେ ପୁଅ ସଜିତ ଥାନାରେ ଯାଇ ଆତ୍ମ ସମର୍ପଣ କରିଥିଲା । ଏପରି ଜନ୍ମ କଲା ପୁଅ ମାଁଙ୍କୁ ଜୀବନରେ ମାରିଦେବା ଘଟଣା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l