କୋକସରା:୧୦/୧୦ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ସୁରଭି ବୁଧବାର କୋକସରା ଗୋଷ୍ଠି ଶିକ୍ଷା ବିଭାଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କୋକସରା ନୋଡାଲ ସିଆରସି ବୈକୁଣ୍ଠ ଜାଲ ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପାଢୀ ଓ ପ୍ରଶାନ୍ତ ଶବର ଙ୍କ ମଞ୍ଚ ପରିଚାଳନା ରେ ପ୍ରଥମ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ରଶ୍ମିତା ନେତମ,ମୁଖ୍ୟ ବକ୍ତା ଭାବେ ବିଆରସିସି ତୋଫାନ ମାଝୀ, ସମ୍ମାନିତ ଅତିଥି ଭାବେ ଏବିଇଓ ଦୟାନିଧି ପାଢ଼ୀ, ଆଲୋରାଣୀ ହଲଦାର ଉପସ୍ଥିତ ରହି ସୁରଭି କାର୍ଯ୍ୟକ୍ରମ ହେଉଛି ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭା କୁ ପ୍ରସ୍ଫୁଟିତ କରିବା, ସଙ୍ଗୀତ, ନୃତ୍ୟ, ସାଧାରଣ ଜ୍ଞାନ,ବକୃତା,ଚିତ୍ରଙ୍କନ, ଶୃତ ଲିଖନ, ଗ୍ରୁପ ଡ୍ୟାନ୍ସ ସହ ଅନ୍ୟାନ୍ୟ କ୍ଷେତ୍ରରେ ଛାତ୍ରଛାତ୍ରୀ ଙ୍କ ବିକାଶ କୁ ଗୁରୁତ୍ୱ ଦେଇ ସେମାନଙ୍କ ମଧ୍ୟରେ ରହିଥିବା ପ୍ରତିଭା କୁ ଆଗକୁ ଆଣିବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ବୋଳି କହିଛନ୍ତି। ଏହି ଅବସର ରେ ଓଡିଶା ମିଲେଟସ ପ୍ରତିଯୋଗିତା ଶିକ୍ଷା ପାଇଁ ପୋଷଣ ଉପରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବକୃତା ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ ର ଦ୍ଵିତୀୟ ଅଧିବେଶନ ରେ ବିଇଓ ରଶ୍ମିତା ନେତମ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ବିଆରସିସି ତୋଫାନ ମାଝୀ, ଗୋତୋମୁଣ୍ଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସଞ୍ଜୀବ ପାଢ଼ୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ର ପରିଶେଷରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ କୃତି ଛାତ୍ରଛାତ୍ରୀ ଙ୍କୁ ଉପସ୍ଥିତ ଅତିଥିମାନେ ସାର୍ଟିଫିକେଟ ପ୍ରଦାନ କରିଛନ୍ତି।କାର୍ଯ୍ୟକ୍ରମ କୁ ସମସ୍ତ ସିଆରସି ଓ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି, ଲୁକ୍କାୟିତ ପ୍ରତିଭା କୁ ପ୍ରସ୍ଫୁଟିତ କରିବ ଶିଶୁ ମହୋତ୍ସବ ସୁରଭି ।
